ଓଡ଼ିଶା

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ମାପଚୁପ, ତହସିଲ ପକ୍ଷରୁ ହୋଇଥିଲା ନୋଟିସ୍

ଚଣ୍ଡିଖୋଲ ୧୭।୨: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପନ୍ତୁରି ଫାର୍ମହାଉସରେ ସରକାରୀ ଭାବେ ମାପଚୁପ । କିଛି ଦିନ ତଳେ ଏହି ଫାର୍ମହାଉସରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ପ୍ରଣବ ଏହି ଫାର୍ମହାଉସ ତାଙ୍କର ବୋଲି କହିବା ପରେ, ଧର୍ମଶାଳା ତହସିଲ ପକ୍ଷରୁ ବେଆଇନ ଦଖଲ କରିଥିବା ନେଇ ପ୍ରଣବ କିମ୍ବା ତାଙ୍କର ପ୍ରତିନିଧି ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା ।
ତେବେ ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ୩୦ଦିନିଆ ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟିସ୍ ପାଇବା ପରେ ପ୍ରଣବ ଓକିଲ ଜରିଆରେ ହାଇକୋର୍ଟରେ ଆବେଦନ କରିବା ସହ ତାଙ୍କର ୧୨ ଏକର ୮୮ ଡିସିମିଲ ଜମି ଚିହ୍ନଟ କରିବାକୁ ପ୍ରାର୍ଥନା କରିଥିଲେ । ଏଥି ସହିତ ପ୍ରଣବଙ୍କ ଜମି ଚିହ୍ନଟ ନସରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ ନ କରିବାକୁ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ । ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ମାପଚୁପ କରି ପ୍ରଣବଙ୍କ ଜମି ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ଏହାକୁ ନେଇ ପ୍ରାଥମିକ ମାପଚୁପ ଆରମ୍ଭ ହୋଇଛି । ଆଜିର ଏହି ମାପରେ ଡଙ୍କାରି, ଆରୁହା, ତଳଗଡ ଆରଆଇଙ୍କ ସହ ଜେନାପୁର ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL