ଓଡ଼ିଶା

ବିକ୍ରମ ପଣ୍ଡାଙ୍କ ଅପରେସନକୁ ନେଇ ନ୍ଦ୍ବନ୍ଦ୍ବ, ଘରୋଇ ହସ୍ପିଟାଲରେ ଚିକିତ୍ସା ପିଟିସନକୁ କୋର୍ଟଙ୍କ ଖାରଜ

ବ୍ରହ୍ମପୁର : ବିକ୍ରମ ପଣ୍ଡାଙ୍କ ଅପରେସନକୁ ନେଇ ନ୍ଦ୍ବନ୍ଦ୍ବ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁଣି ଥରେ ଚିକିତ୍ସା ପାଇଁ mkcg ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ମେଡିକାଲରେ ତାଙ୍କ ଅପରେସନକୁ ନେଇ ଭୁଲ ବୁଝାମଣା ହେବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଅପରେସନ କରିବାକୁ ରାଜି ଅଛନ୍ତି । ବିକ୍ରମ ପଣ୍ଡା ନିଜ ଓକିଲଙ୍କ ମାଧ୍ୟମରେ ଲିଖିତ ଆକାରରେ ଜଣାଇଛନ୍ତି ।  ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ହୋଇଥିବା ପିଟିସନକୁ କୋର୍ଟ ଖାରଜ କରିଥିଲେ ।

ଜେଲ ମାନୁଆଲ ଅନୁଯାୟୀ ବିକ୍ରମଙ୍କ ଚିକିତ୍ସା କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।  ଏଵେ ବିକ୍ରମଙ୍କ ଅପରେସନ କିଏ କରିବ ତାକୁ ନେଇ ନ୍ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ସେପଟେ ଅନ୍ୟତମ ଅଭିଯୁକ୍ତ ମଳୟ ବିଷୋୟୀ ଗୁରୁତର ହୋଇ mkcg ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ମଧୁମେହରେ ପୀଡିତ ମଳୟଙ୍କ ଗୋଟିଏ ଗୋଡ଼ କାଟିବାକୁ ପଡିପାରେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL