ଓଡ଼ିଶା

ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ମୁହାଁମୁହିଁ ଖବର ମିଛ, ସ୍ପଷ୍ଟ କଲା ପୂର୍ବତଟ ରେଳବାଇ

କଟକ : ମେମୁ ଟ୍ରେନ୍ ମୁହାଁମୁହିଁ ଖବର ମିଛ । ସ୍ପଷ୍ଟ କଲା ପୂର୍ବତଟ ରେଳବାଇ । ରେଳବାଇର ବଡ଼ ସ୍ପଷ୍ଟୀକରଣ ପାନିକ ହୁଅନ୍ତୁ ନାହିଁ । ମହାନଦୀ ପୋଲ ଉପରେ ଦୁଇ ଟ୍ରେନ ଧକ୍କାରୁ ବର୍ତ୍ତିବା ନେଇ ଖବର ହୋଇଥିଲା । ଏନେଇ ସ୍ପଷ୍ଟ ସୂଚନା ଦେଲା ଇଷ୍ଟ କୋଷ୍ଟ ରେଲୱେ।  ପୂର୍ବତଟ ରେଳବାଇ ଏହି ଖବରକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି ।  ସେଭଳି କିଛି ଘଟଣା ଘଟି ନାହିଁ କି ଘଟି ନଥାନ୍ତା । ଦୁଇଟି ମେମୁ ଟ୍ରେନ ଗୋଟିଏ ଟ୍ରାକରେ ଥିଲେ ମୁହାଁମୁହିଁ ନୁହେଁ। ଉଭୟ ଟ୍ରେନ ନିରାପଦ ବ୍ୟବଧାନରେ ମଧ୍ୟ ଥିଲେ । ଅଟୋମେଟିକ ସିଗନାଲ ସିଷ୍ଟମରେ ଦୁଇଟି ଯାକ ଟ୍ରେନ ଯାଉଥିଲେ ।

ବାଲେଶ୍ୱର–ଭୁବନେଶ୍ୱର ମେମୁ ଏବଂ ତାଳଚେର–ପୁରୀ ମେମୁ ଏକ ‘ଅଟୋମାଟିକ୍ ସିଗନାଲିଂ’ ବ୍ୟବସ୍ଥା ଥିବା ଲାଇନ୍ ରେ ଚାଲୁଥିଲେ ।  ଏହି ବ୍ୟବସ୍ଥାରେ ଗୋଟିଏ ଟ୍ରେନ୍ ଅନ୍ୟ ଟ୍ରେନ୍ ଠାରୁ ଏକ ନିର୍ଦ୍ଧାରିତ ସୁରକ୍ଷିତ ଦୂରତାରେ ରହିଥାଏ । ଦୁଇଟି ଯାକ ଟ୍ରେନ୍ ମୁହାଁମୁହିଁ ନଥିଲେ, ବରଂ ଗୋଟିଏ ଟ୍ରେନ୍ ପଛରେ ଆଉ ଏକ ଟ୍ରେନ୍ ଥିଲା।  ସିଗନାଲ୍ ନମିଳିବା ଯାଏଁ ପଛ ଟ୍ରେନ୍ ଟି ସୁରକ୍ଷିତ ଦୂରତାରେ ଅଟକି ରହିଥିଲା, ଯାହାକି ଏକ ସାଧାରଣ ରେଳ ଚଳାଚଳ ପ୍ରକ୍ରିୟା । ମେମୁ ଟ୍ରେନ୍ ର ଦୁଇ ପଟେ ଇଞ୍ଜିନ୍ ବା କ୍ୟାବିନ୍ ଥାଏ । ସେଥିପାଇଁ ଦେଖିବା ଲୋକଙ୍କୁ ଟ୍ରେନ୍ ର ଦିଗକୁ ନେଇ କିଛି ସମୟ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଇପାରେ ବୋଲି କହିଛି ଇଷ୍ଟକୋଷ୍ଟ ରେଲୱେ । ଏଭଳି ଘଟଣାରେ କୌଣସି ପ୍ରକାର ସୁରକ୍ଷା ତ୍ରୁଟି ହୋଇନାହିଁ । ରେଳବାଇ ପକ୍ଷରୁ ଗଣମାଧ୍ୟମକୁ ଅନୁରୋଧ କରାଯାଇଛି ଯେ, ବିନା ଯାଞ୍ଚରେ ଏଭଳି ଖବର ପ୍ରସାରଣ କରନ୍ତୁ ନାହିଁ, ଯାହାଦ୍ୱାରା ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେବ। ରେଳବାଇ ପାଇଁ ଯାତ୍ରୀଙ୍କ ସୁରକ୍ଷା ସର୍ବଦା ପ୍ରାଥମିକତା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL