ଓଡ଼ିଶା

ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ମାମଲା: ୫ ବିଦ୍ୟାଳୟ କର୍ମଚାରୀ ଗିରଫ, ଶିକ୍ଷୟିତ୍ରୀ ମଧ୍ୟ ସାମିଲ

ରାଜକନିକା: କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ ମାମଲାରେ ୩ଜଣ ଶିକ୍ଷକ ଏବଂ ଜଣେ ପିଅନ ଗିରଫ ହୋଇଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ଜଣେ ଶିକ୍ଷୟିତ୍ରୀଙ୍କ ମଧ୍ୟ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ବ ରଂଜନ ସାହୁ (୩୧), ରଶ୍ମୀରଂଜନ ବିଶ୍ବାଳ (୪୭), ମିନତୀ ବାଈ (୩୪) ଓ ପିଅନ୍‌ ରଶ୍ମୀରଂଜନ ରଣା (୩୨)।
ପୁଲିସ କହିଛି, ପୀଡିତାଙ୍କ ମା’ଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଫରେନସିକ ଟିମ୍‌କୁ ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ଅନୁରୋଧ କରାଯାଇଛି। ସେହିପରି ପ୍ରଟୋକଲ ଅନୁସାରେ ପୀଡିତାର ଡାକ୍ତରୀମାଇନା କରାଯିବ। ସେକ୍ସନ ୧୮୦ ବିଏନ୍‌ଏସ୍‌ଏସ୍‌ ଆଧାରରେ ପୀଡିତାଙ୍କର ବୟାନ ରେକର୍ଡ କରାଯିବ। ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜି ମାଧ୍ୟମ ବିଦ୍ୟାଳୟରେ ଦେଉଳତରା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ପାଠ ପଢ଼ୁଥିବା ଛାତ୍ରୀଙ୍କୁ ଚାରି ଜଣ ଶିକ୍ଷକ ଦୁଇ ବର୍ଷ ହେବ ଛାତ୍ରୀକୁ ଦୁଷ୍କର୍ମ କରି ଆସୁଥିଲେl ପରିବାର ଲୋକେ ଜାନୁଆରି ମାସରେ ଜାଣିବା ପରେ ସ୍କୁଲକୁ ଛାଡ଼ିନଥିଲେ ଛାତ୍ରୀଙ୍କୁl ହେଲେ ଜାନୁଆରି ମାସ ୧୬ ତାରିଖରେ ସ୍କୁଲ ବାର୍ଷିକ ଉତ୍ସବକୁ ଯାଇ ପୀଡ଼ିତାଙ୍କ ମା ଶିକ୍ଷକମାନଙ୍କ ଉପରେ ବର୍ଷିଥିଲେ ଓ ତୁମେ ଶିକ୍ଷକ ନା ରାକ୍ଷସ କହି ଫେରିଥିଲେ l
ଏହାପରେ ପୀଡ଼ିତାଙ୍କ ବାପା ରାଜ୍ୟ ବାହାରେ ଚାକିରି କରୁଥୁବାରୁ ସେ ଘରକୁ ଫେରି ଏ ଘଟଣା ସମ୍ପର୍କରେ ଜାଣିବା ପରେ ୧୮ ତାରିଖରେ cwc ରେ ଅଭିଯୋଗ କରିଥିଲେ l ୧୯ ତାରିଖ ଦିନ cwcର କର୍ତ୍ତୃପକ୍ଷ ସ୍କୁଲକୁ ଯାଇ ତଦନ୍ତ କରି ଫେରିଯାଇଥିଲାl ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି ଯେ ଦୀର୍ଘ ଦୁଇ ବର୍ଷ ହେବ ଚାରି ଜଣ ଶିକ୍ଷକ ବିଭିନ୍ନ ସମୟରେ ସାଇନ୍ସ ଲ୍ୟାବକୁ ନେଇ ଦୁଷ୍କର୍ମ କରୁଥିଲେl ଏହି ବିଷୟରେ ପରିବାରରେ କାହାକୁ କହିଲେ ସେହି ସ୍କୁଲରେ ପାଠ ପଢ଼ୁଥିବା ସାନ ଭାଇକୁ ମାରିଦେବୁ ବୋଲି ଧମକ ଦେଉଥିଲେl
ପୀଡ଼ିତାଙ୍କ ପରିବାର ଏକ ସଂଗୀନ ଅଭିଯୋଗ କରିଛନ୍ତି ଯେ କେବଳ ତାଙ୍କ ଝିଅ ନୁହେଁ ଆହୁରି ଅନେକ ଛାତ୍ରୀଙ୍କ ସହ ଏହିଭଳି ଘଟଣା ଘଟିଥିବା ପୀଡ଼ିତା କହିଛନ୍ତିl ଏହି ଘଟଣା ପରେ ଆଜି ସକାଳୁ ପୁଲିସ ୩ ଜଣ ଶିକ୍ଷକ ଜଣେ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରିଥିଲାl ପ୍ରାଥମିକ ତଦନ୍ତ ଆଧାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
ଏହି ଚର୍ଚ୍ଚିତ ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେଲା ପରେ ଚାରିଆଡ଼େ ଚର୍ଚ୍ଚା ହେଉଛି। ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ ଲାଗିଛି ବୋଲି ଆଲୋଚନା ହେଉଛିl ଏଭଳି ଘଟଣା ଘଟାଇଥିବା ଶିକ୍ଷକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛିl

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL