ଜାତୀୟ

ମା ବୈଷ୍ଣୋ ଦେବୀ ମନ୍ଦିର ଉପରେ ବଡ଼ ଆତଙ୍କୀ ଆକ୍ରମଣର ସତର୍କତା

ନୂଆଦିଲ୍ଲୀ : ଦିଲ୍ଲୀ ପରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ସତର୍କତା ଜାରି ହୋଇଛି। ଚାନ୍ଦନୀ ଚୌକ ଏବଂ ଲାଲକିଲ୍ଲା ବ୍ୟତୀତ ମା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଆତଙ୍କବାଦୀ ଆକ୍ରମଣର ସତର୍କତା ଜାରି କରାଯାଇଛି। ଗୁଇନ୍ଦା ସୂଚନା ପାଇବା ପରେ, ଗୁଇନ୍ଦା ସଂସ୍ଥାଗୁଡ଼ିକ ମଧ୍ୟ ଆକ୍ସନ ମୋଡରେ ଅଛନ୍ତି। କଟରା ସହର ଏବଂ ବୈଷ୍ଣୋ ଦେବୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। କଟରାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟେକ କୋଣ ଅନୁକୋଣରେ ସେନା, ପୁଲିସ୍‌ ଏବଂ ସିଆରପିଏଫ ଯବାନ ନିୟୋଜିତ ହୋଇଛନ୍ତି। ମନ୍ଦିର ଯାଉଥିବା ଏବଂ ଆସୁଥିବା ଯାତ୍ରୀ ଏବଂ ଯାନବାହନ ଗୁଡିକୁ କଡାକଡି ଭାବେ ଯାଞ୍ଚ କରାଯାଉଛି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କଟରାର ପ୍ରବେଶ ଦ୍ୱାରରୁ ମାଙ୍କ ମନ୍ଦିର ପର୍ଯ୍ୟନ୍ତ ସାମରିକ ବାହିନୀ ମୁତୟନ କରାଯାଇଛି। କ୍ୱିକ୍ ରେସପନ୍ସ ଟିମ୍ କୁ ହାଇ ଆଲର୍ଟରେ ରଖାଯାଇଛି। ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର ସିସିଟିଭି କ୍ୟାମେରା ମାଧ୍ୟମରେ ଯାତ୍ରା ମାର୍ଗ ଉପରେ ୨୪ ଘଣ୍ଟା କଡ଼ା ନଜର ରଖିଛି। ତୀର୍ଥଯାତ୍ରୀ, ଘୋଡାଚାଳକ, କୁଲି ଏବଂ ପାଲକି କର୍ମଚାରୀଙ୍କୁ ଯାଞ୍ଚ କରାଯାଉଛି। କଟରା ସଂଲଗ୍ନ ସମସ୍ତ ପୁଲିସ୍‌ ଚେକ୍ ପଏଣ୍ଟରେ ନାକାବନ୍ଦୀ କରାଯାଇଛି। ଏବଂ ସେହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଯାନବାହାନକୁ ଯାଞ୍ଚ କରାଯାଉଛି। ଅବହେଳା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ତୀର୍ଥଯାତ୍ରୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ନିରାପଦ ଏବଂ ଭୟମୁକ୍ତ ହେବା ନିଶ୍ଚିତ କରିବା ହେଉଛି ସେନା, ପୁଲିସ୍‌ ଏବଂ ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL