ଓଡ଼ିଶା

ସେଣ୍ଟ୍ରାଲ କମିଟି ମେମ୍ବର ଦେବଜୀ, ରାଜିରେଡ୍ଡୀ ସହ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ତେଲେଙ୍ଗାନା ପୁଲିସ ନିକଟରେ ଦୁଇ ଦୁର୍ଦାନ୍ତ ମାଓ ନେତା ଆତ୍ମସମର୍ପଣ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ତେଲେଙ୍ଗାନା ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ଏହି ନେତାମାନଙ୍କୁ ଗଣମାଧ୍ୟମ ନିକଟରେ ଅଣାଯିବ ବୋଲି କୁହାଯାଇଛି। ଏମାନେ ହେଲେ କେନ୍ଦ୍ରୀୟ କମିଟି ମେମ୍ବର ତଥା ମହାସଚିବ ଦେବଜୀ ଓରଫ ତିରୁପତି ଓ ରାଜିରେଡ୍ଡୀ।
ଗତ ତିନି ଦିନ ଚାରି ଦିନ ତଳେ କେରାଗୁଟ୍ଟା ଜଂଗଲରେ ଅପରେସନ ବ୍ଲାକ ଫରେଷ୍ଟ-୨ ଆରମ୍ଭ ହୋଇଥିବା ବେଳେ ନକ୍ସଲ ଆଉ କାରେଗୁଟ୍ଟା ଜଂଗଲରେ ସୁରକ୍ଷିତ ନଥିବା ଜାଣିବା ପରେ ଆତ୍ମସମର୍ପଣ କରୁଥିବା ଜଣାପଡିଛି। ତେବେ ଦେବଜୀ ଏବଂ ରାଜିରେଡ୍ଡୀଙ୍କ ସହ ଅନ୍ୟ ୧୬ ଜଣ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଥିବା କୁହାଯାଇଛି।
ଗତ ୨୦୨୫ରେ ନକ୍ସଲ ସଂଗଠନର ମହାସଚିବ ବାସବରୁଜା ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟରରେ ନିହତ ହୋଇଥିଲେ। ଏହା ପରେ ଦେବଜୀଙ୍କୁ ଏହି ଦାୟୀତ୍ବ ହସ୍ତାନ୍ତର କରାଯାଇଥିଲା। ତେବେ ସେହି ଏନକାଉଣ୍ଟରରେ ବାସବରାଜୁଙ୍କ ସହ ୨୬ ଜଣ ନକ୍ସଲ ନିହତ ହୋଇଥିଲେ। ତେଲେଙ୍ଗାନା ପୁଲିସ ଗତ ୪ ଦଶନ୍ଧି ଧରି ନକ୍ସଲ ଦମନ ନେଇ କାମ କରି ସଫଳତା ପାଉଛି। ଲଗାତାରା ଏନକାଉଣ୍ଟର ଏବଂ ଆତ୍ମସମର୍ପଣ ଯୋଗୁଁ ରାଜ୍ୟରେ ମାଓବାଦୀଙ୍କ ଗତିବିଧି କମିଥିବା କୁହାଯାଇଛି।
ତେବେ ଏହି ଦୁଇ ନକ୍ସଲ ଯଦି ଆତ୍ମସମର୍ପଣ କରିଥାନ୍ତି ତେବେ ସଂଗଠନ ସଂପୂର୍ଣ୍ଣ ଭୁଷୁଡି ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପେ ସୁରକ୍ଷାକର୍ମୀ ଜଂଗଲରେ ଚୋକ୍କା ରାଓ ଏବଂ ଦାମୋଦରଙ୍କୁ ଖୋଜୁଛନ୍ତି। ଏହି ଦୁଇ ଦୁର୍ଦାନ୍ତ ନକ୍ସଲ ନେତା ଜୀବିତ କିମ୍ବା ମୃତ ପାଇବା ପରେ ସଂଗଠନ ଆଉ ରହିବ ନାହିଁ ବୋଲି କୁହାଯାଇଛି। ତେବେ ମାର୍ଚ୍ଚ ୩୧ ପୂର୍ବରୁ ପୁଲିସ ନକ୍ସଲଙ୍କୁ ମୂଳପୋଛ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL