ନୂଆଦିଲ୍ଲୀ:ଏନସିପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶରଦ ପାଓ୍ବାରଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ପାଇଁ ପୁଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସାମାନ୍ୟ ଡିହାଇଡ୍ରେସନ୍ ରେ ପୀଡ଼ିତ ଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆଜି ଶରଦ ପାଓ୍ବାର ଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଅଚାନକ ସମସ୍ୟା ଦେଖାଦେଇଥିଲା । ପରେ ତାଙ୍କୁ ପୁଣେର ‘ରୁବି ହଲ୍ କ୍ଲିନିକ’ରେ ଭର୍ତ୍ତି କରାଯାଇଥିଲା । ସେଠାରେ ହସ୍ପିଟାଲର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ତଥା ଅଧ୍ୟକ୍ଷ ଡାକ୍ତର.ପରଭେଜ ଗ୍ରାଣ୍ଟ୍ ଶରଦଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଏବଂ ସେ ଡିହାଇଡ୍ରେସନର ଶିକାର ହୋଇଥିବା ସୂଚନା ଦେଇଥିଲେ। ବର୍ତ୍ତମାନ ଶରଦ ଡାକ୍ତରୀ ଟିମ୍ର ତତ୍ଵାବଧାନରେ ଅଛନ୍ତି। ଦୁଇଦିନ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରିଦିଆଯିବ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି।
ହସ୍ପିଟାଲରେ ଶରଦ ପାଓ୍ବାର








