ଓଡ଼ିଶା

ଦୁଷ୍କର୍ମ ମାମଲାରେ ବଢିଲା IRS ଅଧିକାରୀଙ୍କ ଅଡୁଆ, ଆରମ୍ଭ ହେଲା ଡବଲ ତଦନ୍ତ

ଭୁବନେଶ୍ବର: ବଢ଼ିଲା IRS ଅଧିକାରୀଙ୍କ ଅଡ଼ୁଆ । ଆରମ୍ଭ ହେଲା ଡବଲ ତଦନ୍ତ । ଏପଟେ ପୋଲିସ, ସେପଟେ ସେଣ୍ଟ୍ରାଲ ଜିଏସଟିର ତନାଘନା । ଦୁଷ୍କର୍ମ ମାମଲାରେ ଖୁବ ଶୀଘ୍ର ଗିରଫ ହୋଇ ପାରନ୍ତି IRS ଅଧିକାରୀ ।  ଖୋଜୁଛି କମଶନରେଟ୍ ପୋଲିସ । ଜୋରଦାର ହେଲା ଛାନବିନ । କମିଶନରେଟ୍ ପୋଲିସର ସିନିୟର ଲେଡି ଅଫିସରଙ୍କୁ ଦିଆଯାଇଛି ତଦନ୍ତ ଦାୟିତ୍ବ ।  ଡିସିପି ହେଡ୍ କ୍ବାର୍ଟରର ଅତିରିକ୍ତ ଡିସିପି ଆରତି ଗିରି ଦାୟିତ୍ବ ନେବା ପରେ ଆରମ୍ଭ କରିଛନ୍ତି ଇନଭେଷ୍ଟିଗେସନ। ସହିଦ ନଗର ଥାନାରେ ପହଞ୍ଚି କେସ୍ ସଂପର୍କରେ IOଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି ।

ଘଟଣା ସ୍ଥଳରେ ମଧ୍ୟ ଏକ ପୋଲିସ ଟିମ୍ ଅନୁଧ୍ୟାନ କରିଛନ୍ତ। ସହିଦ ନଗର ଥାନାରେ ଅଭିଯୋଗ ପୂର୍ବରୁ ଇନଫୋସିଟି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ଦୁଷ୍କର୍ମ ପୀଡ଼ିତା। କିନ୍ତୁ ଇନଫୋସିଟି ଥାନା କେବଳ ଭିଡିଓ ଭାଇରାଲ ମାମଲା ରଖିଥିଲା । ଏହି ଦୁଇ ମାମଲାର ଲିଙ୍କ୍ ରହିଛି ।  ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଆଇଆରଏସ ଅଧିଚକାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି ।  ଇନଫୋସିଟି ଥାନାରୁ ମଧ୍ୟ ତଥ୍ୟ ନେଇଛନ୍ତି ଅତିରିକ୍ତ ଡିସିପି। ଏହି ଆଗକୁ ଅନେକ ଲୋକଙ୍କୁ ପଚରା ଉଚରା ହେବ । କଲ୍ ରେକର୍ଡ ତଥ୍ୟ ପାଇଁ ସିଡିଆର ମଗାଯାଇଥିବା ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL