ଜାତୀୟ

ଦେଶର ପ୍ରଥମ ଆତଙ୍କବାଦ ବିରୋଧୀ ପଲିସି ‘ପ୍ରହାର’ ଉନ୍ମୋଚନ କଲା ଭାରତ

ନୂଆଦିଲ୍ଲୀ:ଭାରତର ପ୍ରଥମ ବ୍ୟାପକ ଆତଙ୍କବାଦ ବିରୋଧୀ ପଲିସି ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୋମବାର ପ୍ରକାଶିତ ଏହି ପଲିସିର ନାଁ “ପ୍ରହାର”ରଖାଯାଇଛି।ସୀମାପାର ଆତଙ୍କବାଦ ଏବଂ ସାଇବର ଆକ୍ରମଣଠାରୁ ଆରମ୍ଭ କରି ଡ୍ରୋନ୍ ଏବଂ ଉଦୀୟମାନ ପ୍ରଯୁକ୍ତିର ଅପବ୍ୟବହାର ପର୍ଯ୍ୟନ୍ତ ବିପଦଗୁଡ଼ିକୁ ଏଥିରେ ଚିହ୍ନଟ କରାଯାଇଛି।ସୀମାପାର ପ୍ରାୟୋଜିତ ଆତଙ୍କବାଦ ବ୍ୟତୀତ ଏହି ପଲିସିରେ”ଅପରାଧୀ ହ୍ୟାକର୍ସ ଏବଂ ରାଜ୍ୟଗୁଡ଼ିକ ସାଇବର-ଆକ୍ରମଣ ମାଧ୍ୟମରେ ଭାରତକୁ ଟାର୍ଗେଟ କରାଯାଉଥିବା ତତ୍ୱକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।
ଏଥିରେ କୁହାଯାଇଛି ଯେ ଭାରତ ଜଳ,ସ୍ଥଳ ଏବଂ ଆକାଶରେ ଆତଙ୍କବାଦୀ ବିପଦର ସମ୍ମୁଖୀନ ହେଉଛି। ଏବଂ ଆହୁରି କୁହାଯାଇଛି ଯେସରକାରୀ ଓ ବେସରକାରୀ ଲୋକଙ୍କ ବିରୁଦ୍ଧରେ ବିଜୁଳି, ରେଳବାଇ, ବେସାମରିକ ବିମାନ ବିଭାଗ, ପୋର୍ଟ, ଡିଫେନ୍ସ, ମହାକାଶ ଓ ଆଣବିକ ଶକ୍ତି ଭଳି ଅର୍ଥବ୍ୟବସ୍ଥାର ଜରୁରୀ ସେକ୍ଟରକୁ ସୁରକ୍ଷତି କରିବା ପାଇଁ କାପାସିଟି ବିକଶିତ କରାଯାଇଛି। କେନ୍ଦ୍ର ଗୃହ ବ୍ୟପାର ମନ୍ତ୍ରଣାଳ ୱେବ୍ସାଇଟ୍ରେ ଅପଲୋଡ ହୋଇଥିବା ହୋଇଥିବା ରଣନୈତିକ ଡକ୍ୟୁମେଣ୍ଟରେ କୁହାଯାଇଛି”ଭାରତ ଆତଙ୍କବାଦକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମ,ଜାତି,ଜାତୀୟତା କିମ୍ବା ସଭ୍ୟତା ସହିତ ଯୋଡେ ନାହିଁ।”ଏଥିରେ ଆହୁରି କୁହାଯାଇଛି ଯେ ଦେଶ ଦୀର୍ଘ ଦିନ ଧରି ସୀମାପାର”ପ୍ରାୟୋଜିତ ଆତଙ୍କବାଦ”ର ଶିକାର ହୋଇ ଆସୁଛି।”ଜିହାଦୀ ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କର ଆଗଧାଡ଼ିରଆତଙ୍କୀସଂଗଠନ” ଆକ୍ରମଣରଯୋଜନାଓ ଏହାର ଫଳପ୍ରଦ କରାଇବା ଚେଷ୍ଟାକରିଚାଲିଛନ୍ତି।ଏହି ପଲିସିରେଅଲ-କାଏଦା ଏବଂ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ୍ ସିରିଆ (ISIS)ଭଳି ବିଶ୍ୱସ୍ତରୀୟ ଆତଙ୍କବାଦୀସଂଗଠନଗୁଡ଼ିକରନାଁ ଉଲ୍ଲେଖ ରହିଛି।ଯେଉଁଥିରେ ସେମାନେ ସ୍ଲିପର୍ ସେଲ୍ ମାଧ୍ୟମରେ ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତିବୋଲି କୁହାଯାଇଛି।ସେହିପରିବିଦେଶରେ ରହିଉଗ୍ରବାଦୀମାନେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାକୁଷଡ଼ଯନ୍ତ୍ରକରୁଛନ୍ତି।

ସୀମା ସେପଟେ ଥାଇ ଆତଙ୍କୀ ପରିଚଳକମାନେ ବିଶେଷକରି ପଞ୍ଜାବ ଏବଂ ଜମ୍ମୁ ଏବଂ କାଶ୍ମୀରରେ ଡ୍ରୋନ ଭଳି ଟେକ୍ନୋଲୋଜୀର ବ୍ୟବହାର କରୁଛନ୍ତି। ଲଜିଷ୍ଟିକ୍ସ ଏବଂ ନିଯୁକ୍ତି ବଢ଼ାଇବା ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକ ସଂଗଠିତ ଅପରାଧିକ ନେଟୱାର୍କଗୁଡ଼ିକ ତିଆରି କରିବାରେ ଅଧିକ ନିୟୋଜିତ ରହୁଛନ୍ତି। ଡିଜିଟାଲ୍ କ୍ଷେତ୍ରରେ ଦେଖିଲେ ଆତଙ୍କୀ ସଂଗଠନଗୁଡ଼ିକ ସେମାନଙ୍କର ପ୍ରଚାର, ପାଣ୍ଠି ଯୋଗାଡ଼, ଓ ପରିଚାଳନାଗତ ମାର୍ଗଦର୍ଶନ ପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ଇନଷ୍ଟାଣ୍ଟ ମେସେଜିଂ ଆପ୍ଲିକେସନ୍, ଏନକ୍ରିପ୍ସନ ଟୁଲ୍ସ, ଡାର୍କ ୱେବ୍ ଏବଂ କ୍ରିପ୍ଟୋ ୱାଲେଟର ବ୍ୟବହାର କରୁଛନ୍ତି। ଫଳରେ ଅଜଣା ଭାବେ ଆତଙ୍କୀ ଏନ୍ଗେଜ ବଢ଼ି ଯାଉଛି।

ପଲିସିରେ କୁହାଯାଇଛି ଯେ “ସିବିଆର୍ଏନ୍ଇଡି (ରାସାୟନିକ, ଜୈବିକ, ରେଡିଓଲୋଜିକାଲ୍, ପରମାଣୁ, ବିସ୍ଫୋରକ, ଡିଜିଟାଲ୍) ସାମଗ୍ରୀର ପ୍ରବେଶ ଏବଂ ବ୍ୟବହାର ପାଇଁ ଆତଙ୍କବାଦୀ ପ୍ରୟାସକୁ ବାଧା ଦେବା/ପ୍ରତିରୋଧ କରିବା ଆତଙ୍କବାଦ ବିରୋଧୀ (CT) ଏଜେନ୍ସିଗୁଡ଼ିକ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ରହିଛି। ରାଜ୍ୟ ଏବଂ ଦେଶ କିମ୍ବା ଦେଶବାହରର ଆତଙ୍କବାଦୀଙ୍କ ଦ୍ୱାରା ଘାତକ ଉଦ୍ଦେଶ୍ୟରେ ଡ୍ରୋନ୍ ଏବଂ ରୋବୋଟିକ୍ସର ଅପବ୍ୟବହାର କରିବା ମଧ୍ୟ ଆଉ ଏକ ଚିନ୍ତାର ବିଷୟ ପାଲଟିଛି।”

ଏହାର ରୋଡମ୍ୟାପର ଏକ ଅଂଶ ଭାବରେ, ଏମଏଚଏ ଅପରାଧୀଙ୍କ ବିରୁଦ୍ଧରେ ମାମଲାକୁ ସୁଦୃଢ଼ କରିବା ପାଇଁ ଏଫଆଇଆର ପଞ୍ଜିକରଣ ଠାରୁ ଆରମ୍ଭ କରି ମାମଲା ରୁଜୁ କରିବା ପର୍ଯ୍ୟନ୍ତ ତଦନ୍ତର ପ୍ରତ୍ୟେକ ପର୍ଯ୍ୟାୟରେ ଆଇନ ବିଶେଷଜ୍ଞମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ଆନ୍ତଃଦେଶୀୟ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଜାତୀୟ ପଦକ୍ଷେପଗୁଡ଼ିକୁ ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ ସହଯୋଗ ଦ୍ୱାରା ପରିପୂରକ ଭାବେ କରାଯିବା ଆବଶ୍ୟକ ବୋଲି ନୀତିରେ ଗୁରୁତ୍ୱ ଦିଆଯାଇଛି।

ଏଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ବିଦେଶୀ ଆତଙ୍କୀ ସଂଗଠନଗୁଡ଼ିକ ଆକ୍ରମଣ ପାଇଁ ସ୍ଥାନୀୟ ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ରାସ୍ତାଘାଟ ସମ୍ପର୍କରେ ପୂର୍ବରୁ ଜ୍ଞାନ ରଖୁଛନ୍ତି। ମୌଳବାଦ ଉପରେ, ଏମଏଚଏ କହିଛି ଯେ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଭାରତୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଚିହ୍ନଟ ହେବା ପରେ, ଏପରି ବ୍ୟକ୍ତିମାନଙ୍କୁ ଏକ ଗ୍ରେଡେଡ୍ ପୋଲିସ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଏବଂ “ବ୍ୟକ୍ତିଙ୍କ ମୌଳବାଦର ସ୍ତର ଆଧାରରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଏ।”ଏହି ପଲିସିରେ ସମ୍ପ୍ରଦାୟ ଏବଂ ଧାର୍ମିକ ନେତାମାନଙ୍କ ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଧାର୍ମିକ ପ୍ରଚାରକ ଏବଂ ଏନଜିଓଗୁଡ଼ିକ ମୌଳବାଦ ଏବଂ ଉଗ୍ରବାଦୀ ହିଂସାର ପରିଣାମ ବିଷୟରେ ସଚେତନତା ପ୍ରସାର କରିବାରେ ନିୟୋଜିତ କରାଯାଇଛି ବୋଲି କୁହାଯାଇଛି। ଏହା ବାଦ୍ ଗଠନମୂଳକ ଯୁବ ସହଯୋଗର ଆବଶ୍ୟକତାକୁ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି। ତା ଛଡ଼ା ଜେଲ୍ ମଧ୍ୟରେ ଥିବା ଦୁର୍ବଳ କଏଦୀମାନଙ୍କର ମୌଳବାଦକୁ ରୋକିବା ସହିତ ମୌଳବାଦ ମୁକ୍ତ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଉଛି।

ଏହି ପଲିସିରେ ପ୍ରାହରକୁ ଏକ ଢାଞ୍ଚା ଭାବରେ ଦର୍ଶାଯାଇଛି, ଯାହା ସୃଷ୍ଟି ହେଉଥିବା ସୁରକ୍ଷା ସମ୍ପର୍କିତ ବିପଦକୁ ମିଳିତ ଭାବେ ସମନ୍ୱିତ ଆଇନଗତ, ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପ୍ରଦାୟ-ଭିତ୍ତିକ ପ୍ରତିକ୍ରିୟା ମାଧ୍ୟମରେ ସମାଧାନ କରିବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL