ଓଡ଼ିଶା

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା

ଭୁବନେଶ୍ୱର : ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଏୟାର ଟ୍ୟାକ୍ସି ସେବା । ଆଜି ପୱନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷାମୂଳକ ଲ୍ୟାଣ୍ଡିଂ ପରେ ଜିଲ୍ଲା ପୋଲିସ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହିତ ଆଲୋଚନା କରିଛନ୍ତି ପୱନ ହଂସ କମ୍ପାନୀର କର୍ମକର୍ତ୍ତା । ବାରିପଦା ପୋଲିସ ଲାଇନ ହେଲିପ୍ୟାଡ ଠାରୁ ଭୁବନେଶ୍ଵର ବିମାନ ବନ୍ଦରକୁ ଏହି ସେବା ମିଳିବ ।

ରାଜ୍ୟ ବାଣିଜ୍ୟ , ପରିବହନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ଭୁବନେଶ୍ଵରରୁ ପର୍ଯ୍ୟଟକ ମାନଙ୍କୁ ଆଣି ବାରିପଦା ପହଁଚାଇବା ଓ ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ଠାରେ ରହଣୀ ବ୍ୟବସ୍ଥା କରିବାର ବ୍ୟବସ୍ଥା କରାଯାଇଛି । ଏହି ସେବା ଆରମ୍ଭ ଫଳରେ ମୟୁରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ବାଣିଜ୍ୟ ଓ ଏମରଜେନ୍ସିରେ ଉନ୍ନତ ସେବା ମିଳିପାରବ । ବର୍ତ୍ତମାନ ପାଇଁ ମାସକୁ ୪ ରୁ ୫ ଥର ଉଡାଣ ଭରିବ ହେଲିକପ୍ଟର ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL