ପାରାଦୀପ: ପାରାଦୀପ ଷଣ୍ଢକୁଦ ସମୁଦ୍ର କୂଳରେ ଲାଗିଲା ୨୦ ଫୁଟର ତିମି । ମାଛକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଲାଗିଥିଲା । ଏହି ବିରାଟକାୟ ତିମି ମାଛକୁ ଦେଖି କିଛି ଲୋକ ଭୟ କରିବା ସହିତ ଅନ୍ୟ ଲୋକମାନଙ୍କୁ ଜଣାଇଥିଲେ । ତେବେ ତିମି ମାଛଟିର କେମିତି ମୃତ୍ୟୁ ହୋଇଛି ତାହା ଜଣାପଡିନଥିଲେ ମଧ୍ୟ କୌଣସି ଜାହାଜରେ ପିଟିହୋଇ ମାଛଟି ମରିଯାଇଥିବା ସ୍ଥାନୀୟ ଲୋକ କହିଛନ୍ତି ।
କୋଡିଏ ବର୍ଷ ପୂର୍ବରୁ ପାରଦୀପ ସମୁଦ୍ର କୂଳରେ ଏକ ବିରାଟକାୟ ତିମିମାଛ ଲାଗିଥିବା ବେଳେ ଗତକାଲି କୂଳରେ ଲାଗିଥିବା ତିମିମାଛର ଲମ୍ୱ ପାଖାପାଖି ୨୦ ପୁଟ ହେବା ସହିତ ଏକ ଟନରୁ ଉର୍ଦ୍ଧ ହେବ ବୋଲି ଆକଳନ କରିଛନ୍ତି ମତ୍ସ୍ୟଜୀବୀ । ତେବେ ମାଛ ଦେହରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଏହି ତିମିମାଛ ୧୫ ଦିନରୁ ଉର୍ଦ୍ଧ ହେବ ମରିଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।








