ଓଡ଼ିଶା

ମଣ୍ଡି ନିର୍ଯାତନା, ପ୍ରାଣ ହରାଇଲେ ଚାଷୀ

କେନ୍ଦ୍ରାପଡ଼ା : ମଣ୍ଡି ନିର୍ଯାତନା, ଆଖି ବୁଜିଲେ ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯାତନା ସହି ନପାରି ଶେଷରେ ଆଖି ବୁଜି ଥିବା ଅଭିଯୋଗ ହୋଇଛି । ତ୍ରିଲୋଚନଙ୍କ ଜାନୁଆରୀ ୧୬ରେ ଧାନ ସଂଗ୍ରହ ପାଇଁ ମେସେଜ ଆସିଥିଲା । ମଣ୍ଡି ପରିବର୍ତ୍ତେ ମିଲ କୁ ଧାନ ନେବାକୁ ସମବାୟ ସମିତି ସମ୍ପାଦକ କହିବା ପରେ ମିଲକୁ ଧାନ ନେଇ ଯାଇଥିଲେ । ରାମଚଣ୍ଡୀ ମିଲରେ ୩ ଦିନ ଧରି ଧାନ ଜଗି ରହିଥିଲେ । ମିଲରକୁ କୁଇଣ୍ଟାଲ ପିଛା ୬ କେଜି ବାଦେ ୩ କୁଇଣ୍ଟାଲ ଧାନ ଓ ୩ ହଜାର ଟଙ୍କା ଅନଲୋଡ ପାଇଁ ଦେବା ପରେ ମଧ୍ୟ ଧାନ ଅନଲୋଡ଼ ହେଲାନି । ତ୍ରିଲୋଚନଙ୍କର ସମୁଦାୟ ୯ କୁଇଣ୍ଟାଲ ଧାନ କାଟିବା ସହ ଧାନ ଦେବା ପାଇଁ ୧୮ ହଜାର ଖର୍ଚ୍ଚ କରିବାକୁ ପଡିଥିଲା । ସେବା ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଧରି ଦୌଡ଼ି ଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି । ମିଲର ଓ ସମ୍ପାଦକଙ୍କ ନିର୍ଯ୍ୟାତନା ସହି ନପାରି କାଲି ଘରକୁ ଫେରି ପ୍ରାଣ ହରାଇଥିଲେ । ମିଲର ଓ ସମ୍ପାଦକଙ୍କ ଅବହେଳା ପାଇଁ ତ୍ରିଲୋଚନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL