ମହାରାଷ୍ଟ୍ର : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ନେତା ଅଜିତ ପାୱରଙ୍କ ପତ୍ନୀ ସୁନେତ୍ର ପାୱରଙ୍କୁ ଏନସିପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିଷ୍ପତ୍ତି ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିବେସନ ଆରମ୍ଭରୁ ପ୍ରଫୁଲ ପଟେଲ ଭାବୁକ ହୋଇ ସମ୍ବୋଧନ କରିଥିଲେ । ଅଜିତ ପାଓ୍ବାରଙ୍କ ନିଧନ ପରେ ଅନେକ ପ୍ରକାରର ଚର୍ଚ୍ଚା ଚାଲିଥିଲା ।
ତେବେ ଅଧିବେସନରେ ସର୍ବସମ୍ମତିକ୍ରମେ ପାର୍ଟିର ନୂଆ ନେତ୍ତ୍ବରେ ନେଇ ଆଗକୁ ବଢିବାକୁ ହେବ । ବୈଠକରେ ଥିବା ସମସ୍ତ ନେତା ଏବଂ ପ୍ରତିନିଧି ସୁନେତ୍ରା ପାୱରଙ୍କୁ ଅଧ୍ୟକ୍ଷ ଭାବେ ସମର୍ଥନ କରିଥିଲେ । ଏହାପରେ ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।





