ଜାତୀୟ

NCERT ବହି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: NCERT ବହି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ! । “ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ବୋଲି କଡ଼ା ମତ ରଖିଲେ ସୁପ୍ରିମକୋର୍ଟ । ଏହାସହ ଶିକ୍ଷା ବିଭାଗ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି । ନ୍ୟାୟପାଳିକା ବିରୋଧରେ ଅପପ୍ରଚାର ଅଭିଯୋଗରେ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ଓ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି । NCERT ଦ୍ୱାରା ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ଅଧ୍ୟାୟକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାକୁ ନ୍ୟାୟପାଳିକାକୁ ବଦନାମ କରିବାର ଏକ “ଗଭୀର ଷଡ଼ଯନ୍ତ୍ର” ବୋଲି କହିଛନ୍ତି ।

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ଏହି ବିବାଦୀୟ ଅଧ୍ୟାୟ ଥିବା ବହିର ଛପା, ବିକ୍ରି ଏବଂ ଅନଲାଇନ୍ ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ବଜାରରେ ଥିବା ସମସ୍ତ ବହିକୁ ତୁରନ୍ତ ଜବତ କରିବାକୁ ଏବଂ ଇଣ୍ଟରନେଟରୁ ଏହାର PDF ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । NCERT ନିର୍ଦ୍ଦେଶକ ଏବଂ ଶିକ୍ଷା ମନ୍ତ୍ରଣାଳୟର ସଚିବଙ୍କୁ କୋର୍ଟ ଅବମାନନା ନୋଟିସ୍ ଜାରି କରାଯାଇଛି ।  ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ କହିଛନ୍ତି ।

NCERTର ନୂଆ ପାଠ୍ୟପୁସ୍ତକରେ “ଆମ ସମାଜରେ ନ୍ୟାୟପାଳିକାର ଭୂମିକା” ବିଷୟରେ ପଢ଼ାଇବା ବେଳେ ଏଥିରେ ଦୁର୍ନୀତି, ମାମଲା ପଡ଼ି ରହିବା ଏବଂ ବିଚାରପତିଙ୍କ ଅଭାବ ଭଳି ନକାରାତ୍ମକ ଦିଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା ।  ଛୋଟ ପିଲାଙ୍କ ମନରେ କୋର୍ଟ ପ୍ରତି ଭୁଲ୍ ଧାରଣା ସୃଷ୍ଟି କରିବା ପାଇଁ ଏହା ଏକ ଯୋଜନାବଦ୍ଧ ପ୍ରୟାସ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଏହି ମାମଲା କୋର୍ଟକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ନିଃସର୍ତ୍ତ କ୍ଷମା ମାଗିଛନ୍ତି ।  NCERT ମଧ୍ୟ ଏହାକୁ ଏକ “ଭୁଲ୍ ନିଷ୍ପତ୍ତି” ବୋଲି ସ୍ୱୀକାର କରି ବହି ବଣ୍ଟନ ବନ୍ଦ କରିଛି ।  ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଅଂଶକୁ ହଟାଇବା ପରେ ହିଁ ନୂଆ ଶିକ୍ଷାବର୍ଷ ପାଇଁ ବହି ପ୍ରକାଶ କରାଯିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL