ଓଡ଼ିଶା

ବିଏମସିର ଅନୁମତି ବିନା ମନଇଛା ଲଗାଇ ପାରିବେନି ହୋର୍ଡିଂ

ଭୁବନେଶ୍ୱର : ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ମହାନଗର ନିଗମ ଅଞ୍ଚଳ ଭିତରେ ଯିଏ ଯେଉଁଠି ବି ହୋଡିଂ ଲଗେଇଲେ ବିଏମସି ଠାରୁ ନେବାକୁ ପଡିବ ଅନୁମତି । ହୋଡିଂ ଲଗାଇବା ଆଗରୁ ଷ୍ଟ୍ରକଚରାଲ ସାର୍ଟିଫିକେଟ ଏବଂ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବାଧ୍ୟତାମୂଳକ ଥିଲା । ଘରୋଇ ଅନୁଷ୍ଠାନ କିମ୍ବା କୌଣସି ବ୍ୟକ୍ତି ନିଜ ଘର ଉପରେ ଲଗାଇ ପାରିବେନି ହୋର୍ଡିଂ । ଏନେଇ କଡା ଚେତାବନୀ ଦେଇଛି ବିଏମସି । ଏଜେନ୍ସି ଠାରୁ ପଇସା ନେଇ ମନଇଚ୍ଛା ଘର ଉପରେ ହୋର୍ଡିଂ ଲଗାଯାଉଛି । ତୁରନ୍ତ ସେ ସବୁ ହଟାଇବାକୁ ଅଭିଯାନ ଆରମ୍ଭ ହୋଇଛି ।

ବେଆଇନ ଭାବେ ହୋର୍ଡିଂ ଲଗାଯାଇଥିଲେ ତୁରନ୍ତ ଜଣାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମେୟର । ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ନେଇ ବିଏମସିରେ ଏକ ବୈଠକ ବସି ଆଲୋଚନା ହୋଇଛି । କୌଣସି ଅଘଟଣ ସମୟରେ ଇନସ୍ୟୁରାନ୍ସ ବାବଦ ପଇସା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଯିବ । ଏଥିସହ ପ୍ରତି ହୋର୍ଡିଂରେ ଏଜେନ୍ସିର ଦସ୍ତଖତ ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ୩ଟି ଏଜେନ୍ସିକୁ ସରକାରୀ ଦର ଅନୁସାରେ ହୋର୍ଡିଂ ଲଗାଇବାକୁ ଅନୁମତି ଦିଆଯାଇଛ । ବାକି ଏଜେନ୍ସି ପାଇଁ ଆସନ୍ତା ୬ ତାରିଖ ପରେ ଟେଣ୍ଡର ଖୋଲା ହେବ । କୌଣସି ଅମୂଲ୍ୟ ଜୀବନ ଯେପରି ନଷ୍ଟ ନ ହୁଏ ତାକୁ ଗୁରୁତ୍ୱ ଦେଉଛୁ । ଦୁଇ ରୁ ତିନି ସପ୍ତାହ ଭିତରେ ସମସ୍ତେ ସୁରକ୍ଷା ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ବିଏମସି କମିଶନର ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL