ମାଲକାନଗିରି: ୨୦ରୁ ଉର୍ଦ୍ଧ୍ବ ସହିଦ ସ୍ତମ୍ଭଗୁଡିକୁ ଭାଙ୍ଗିଲେ ସ୍ଥାନୀୟ ଗ୍ରାମବାସୀ । ସ୍ୱାଭିମାନ ଅଂଚଳ, ମାଥିଲି, କାଲିମେଳା, ଖଇରପୁଟରେ ଭାଙ୍ଗିଲେ ସହିଦ ସ୍ତମ୍ଭ । ଗାଁଲୋକେ ସ୍ୱେଚ୍ଛାକୃତ ଭାବରେ ମାଓଗଡ଼ରେ ସ୍ଥାପିତ ମାଓବାଦୀଙ୍କ ସହିଦ ସ୍ମାରକ ସ୍ତମ୍ବକୁ ଭାଙ୍ଗି ନଷ୍ଟ କରିଦେଇ ଶାନ୍ତି ଏବଂ ବିକାଶ ଆଡ଼କୁ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ।
ଏହି ଅଂଚଳମାନଙ୍କରେ ନକ୍ସଲ ଗତିବିଧି କମିଥିବା ବେଳେ ଶାନ୍ତି ଫେରିଛି। ସରକାରଙ୍କ ତରଫରୁ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି।








