ରାଇରଙ୍ଗପୁର : ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଘରେ ପଶି ବିଭତ୍ସ ହତ୍ୟା । ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା କୁମ୍ଭୀରଦା ଗାଁରେ ଜଣେ ଅବିବାହିତା ବୃଦ୍ଧାଙ୍କୁ ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇ ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ କରିଛି । ମୃତ ବୃଦ୍ଧା ଜଣକ ହେଲେ ଜବା ଟୁଡୁ । ଘରେ ସେ ଏକୁଟିଆ ରହୁଥିବା ସୁଯୋଗ ଦେଖି ସେହି ଗାଁର ଜୁଗୁ ମାର୍ଣ୍ଡି ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି । ଜବା ଟୁଡୁ ଗୁଣି ଗାରେଡି କରି ତାଙ୍କ ପରିବାରରେ ଅଶାନ୍ତି ଆଣୁଥିବା ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ଥାନାରେ ସ୍ୱୀକାର କରିଛନ୍ତି ହତ୍ୟାକାରୀ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।
ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ଆତ୍ମସମର୍ପଣ କଲା ହତ୍ୟାକାରୀ







