ଯାଜପୁର: ପୋଲିସକୁ ବାଲିମାଫିଆଙ୍କ ଖୋଲା ଚାଲେଞ୍ଜ । ଯାଜପୁର ବ୍ରହ୍ମବରଦା ଥାନା ଚଅପୋଇ ନିକଟ ବାଲିଘାଟରେ ପୋଲିସଙ୍କୁ ଆକ୍ରମଣ । ଢେଲା ମାରି ଭାଙ୍ଗି ଦେଇଛନ୍ତି ପୋଲିସ ଗାଡ଼ି । ଗତକାଲି ରାତିରେ ବ୍ରହ୍ମବରଦା ଥାନାର ପୋଲିସର ନାଇଟ୍ ପାଟ୍ରୋଲିଂ ବେଳେ ଚଅପୋଇ ନିକଟରେ କିଛି ଯୁବକ ଏକାଠି ହୋଇ ମଦ୍ୟ ପାନ କରୁଥଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବାରୁ ମାଫିଆ ମାନେ ପୋଲିସ ଗାଡ଼ିକୁ ଢେଲା ପଥର ମାଡ଼ ମାରିଥିଲେ । ଫଳରେ ପୋଲିସ ସେଠାରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ ।
ଥାନାର ଷ୍ଟାଫ୍ ଲକ୍ଷ୍ମୀଧର ରାଜ ଲିଖିତ ଏତଲା ଦେବା ପରେ ପୋଲିସ ଗୋଟିଏ ବାଇକ୍ ଜବତ କରିଛି । କିନ୍ତୁ ଏବେବି ମାଫିଆ ମାନେ ଫେରାର ଅଛନ୍ତି । ଥାନାର କିଛି କର୍ମଚାରୀଙ୍କ ମାଫିଆଙ୍କ ସହ ସମ୍ପର୍କ ଯୋଗୁ ଦିନକୁ ଦିନ ବାଲି ମାଫିଆଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଏସମ୍ପର୍କରେ ବ୍ରହ୍ମବରଦା ଥାନା ଅଧିକାରିଣୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।







