ଓଡ଼ିଶା

ଦିନ ଦିପହରେ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ନିଶାଗ୍ରସ୍ତ ଯୁବକ

କନ୍ଧମାଳ: ପୋଲିସ ବି ଅସୁରକ୍ଷିତ । ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାରିଲେ । ମାଡ଼ ମାରିବା ସହ ଛୁରୀ ମାରିଲେ । କନେଷ୍ଟବଳଙ୍କୁ ଘୋଷାଡ଼ି ଗୋଇଠା ଓ ମୁଥମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନଥାନା ସାଇ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କୁ ଦିନ ଦିପହରେ ମରଣାନ୍ତକ ଆକ୍ରମଣ କଲେ ଦୁଇ ନିଶାଗ୍ରସ୍ତ ଯୁବକ । ତଳେ ପକାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଛନ୍ତି ।

ସେହି ସ୍ଥାନରେ ଚା ପିଉଥିବା କିଛି ବ୍ୟକ୍ତି ତୁରନ୍ତ ପୋଲିସକୁ ଫୋନ କରିଥିଲେ । ପୋଲିସ ଆସି କନେଷ୍ଟବଳଙ୍କୁ ବଞ୍ଚାଇଥିଲେ । ଦୁଇ ଯୁବକ ପୋଲିସ କର୍ମଚାରୀଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା । ପରେ ତଳେ ପକେଇ ଗୋଇଠା ଉପରେ ଗୋଇଠା ମୁହଁ , ବେକ୍, ଛାତିକୁ ମାରି ଚାଲିଥିଲେ । ଉପସ୍ଥିତ ଲୋକମାନେ କେବଳ ଦେଖଣାହାରୀ ସାଜିଥିଲେ । ଦୁଇ ନିଶାଡ଼ିଙ୍କୁ ଗିରଫ କରିଛି ପୋଲିସ । ସମାନେ ହେଲେ ସନ୍ତୋଷ କୁମାର ପ୍ରଧାନ ଓ ଅଞ୍ଜନ କୁମାର ସ୍ଵାଇଁ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL