ଓଡ଼ିଶା

ଡ୍ୟୁଟି ବେଳେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ, କ୍ଷତିପୂରଣ ଦାବିରେ ମୃତଦେହ ନେଲେନି ପରିବାର ଲୋକେ

କେନ୍ଦୁଝର : କେନ୍ଦୁଝରରେ ଡ୍ୟୁଟି କରୁଥିବା ସମୟରେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ । କ୍ଷତିପୂରଣ ସହ ବିଧବା ସ୍ତ୍ରୀଙ୍କୁ ଏକ ଚାକିରି ଦେବା ଦାବିରେ ମୃତଦେହ ନେଉ ନାହାନ୍ତି ପରିବାର ଲୋକେ ।

କେନ୍ଦୁଝର ପଦ୍ମପୁର ଅଞ୍ଚଳର ସୁଶିଲ କୁମାର ସାହୁ , ଡିଏମଏଫ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ଅପରାହ୍ନରେ ଶୁସିଲ ପାଟଣାରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା , ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସୁଶିଲଙ୍କର ଏକ ମାତ୍ର ଝିଅ ଅଛନ୍ତି ଓ ସେ ୯ମ ଶ୍ରେଣୀ ରେ ପାଠ ପଢ଼ୁଛନ୍ତି ଓ ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତେଣୁ ଏବେ ତାଙ୍କ ପରିବାର ଲୋକେ ଉପଯୁକ୍ତ କ୍ଷତିପୂରଣ ସହ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦାବିରେ ଅଡି ବସିଛନ୍ତି । ଲିଖିତ ପ୍ରତିଶୁତି ନ ପାଇବା ପର୍ଯ୍ୟନ୍ତ ମୃତଦେହ ଉଠାଉ ନାହାନ୍ତି । ଏନେଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜର ମ୍ୟାନେଜର ପରିବାର ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL