ଜାତୀୟ

ଦୁବାଇରେ ଫସିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ

ଦୁବାଇ : ଦୁବାଇ ବିମାନବନ୍ଦରରେ ଫସିଲେ ବ୍ୟାଡମିଣ୍ଟିନ ଷ୍ଟାର ପି.ଭି. ସିନ୍ଧୁ । ଦୁବାଇ ବିମାନବନ୍ଦରରେ ଇରାନର ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ମଧ୍ୟରେ ପି.ଭି. ସିନ୍ଧୁ ଫସି ରହିଛନ୍ତି । ସେ ନିଜର ଅନୁଭୂତି ବାଣ୍ଟିଛନ୍ତି । ସିନ୍ଧୁ ଯେଉଁ ସ୍ଥାନରେ ଥିଲେ, ତାହାର ଅତି ନିକଟରେ ବଡ଼ ବିସ୍ଫୋରଣ ହୋଇଥିଲା । ଧୂଆଁ ଓ ପଥର ଖଣ୍ଡ ଭିତରୁ ଜୀବନ ବିକଳରେ ତାଙ୍କୁ ଦୌଡ଼ିବାକୁ ପଡ଼ିଥିଲା । ଦୁବାଇ କର୍ତ୍ତୃପକ୍ଷ ଓ ବିମାନବନ୍ଦର କର୍ମଚାରୀଙ୍କ ସହାୟତାରେ ସେମାନଙ୍କୁ ଅଧିକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଦୁବାଇରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ସହ ସବୁବେଳେ ସମ୍ପର୍କରେ ରହିଛି । ସୁରକ୍ଷା ଯୋଗାଇବାରେ ସାହାଯ୍ୟ କରୁଛି । ବର୍ତ୍ତମାନ ସେମାନେ ସେଠାରେ ଅପେକ୍ଷା କରିଛନ୍ତି । ପରିସ୍ଥିତିରେ ସୁଧାର ପାଇଁ ପ୍ରାର୍ଥନା କରୁଛନ୍ତି ।

ସେପଟେ ଇରାନର ମିସାଇଲ୍ ମାଡ଼ରେ ଦୁବାଇର ବୁର୍ଜ ଅଲ୍ ଆରବ୍ କ୍ଷତିଗ୍ରସ୍ତ । ଅଳ୍ପକେ ବର୍ତ୍ତିଲା ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା । ଇରାନ ପକ୍ଷରୁ UAE ଉପରେ ଶତାଧିକ ମିସାଇଲ୍ ଓ ଡ୍ରୋନରେ ବଡ଼ ଧରଣର ଆକ୍ରମଣ ହୋଇଛି । ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏଭଳି ପଦକ୍ଷେପ ନେଇଛି । ଦୁବାଇର ପ୍ରସିଦ୍ଧ ପାଞ୍ଚତାରକା ହୋଟେଲ୍ ଉପରେ Burj Al Arabରେ ଇରାନୀ ଡ୍ରୋନର ଅଂଶବିଶେଷ ପଡ଼ିବାରୁ ବାହାର ପାର୍ଶ୍ୱରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ଏହାକୁ ନିୟନ୍ତ୍ରଣ କରିଛି । ଆକ୍ରମଣରୁ ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଅଳ୍ପକେ ବର୍ତ୍ତିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL