ଓଡ଼ିଶା

ପିଲାଚୋର ଭାବି ନିର୍ଦ୍ଧୁମ ଛେଚିଲେ, ଚାଲିଗଲା ଯୁବକଙ୍କ ଜୀବନ; ଜଣେ ଅଟକ

ବାସୁଦେବପୁର : ପିଲା ଚୋର ଭାବି ମାଡ ମାରିବା ମହଙ୍ଗା ପଡିଲା। ମାଡ ମାରିବା ପରଦିନ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଧାମରା- ବାସୁଦେବପୁର ରାସ୍ତାର ଚାନ୍ଦିମାଳ ଛକ ଠାରେ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ଘଟଣା ଭିନ୍ନ ମୋଡ ନେଇଛି।

ପିଲାଚୋର ଭାବି ମାଡ ମାରିବା ପରେ ସଂପୃକ୍ତ ଯୁବକର ଘଟଣା ପରଦିନ ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏହିକ୍ରମରେ ମାଡ ମାରିଥିବା ଯୁବକକୁ କଷିଆ ଥାନା ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ମଞ୍ଜାରୀ ଗ୍ରାମର ମକୁଲୁ ବିନ୍ଧାଣିଙ୍କ ପୁଅ ସୁକୁଲ ବିନ୍ଧାଣି କୌଣସି ମତେ ସାନକୃଷ୍ନପୁର ଛକରେ ଥିଲେ। ପଞ୍ଚାୟତର ଚାନ୍ଦିମାଳ ଛକ ନିକଟରେ ପିଲା ଚୋର ଭାବି ସୁଧାକର ଜେନାଙ୍କ ପୁଅ ଶ୍ୟାମସୁନ୍ଦର ତାଙ୍କୁ ମାଡ ମାରିଥିଲା। ସ୍ଥାନୀୟ କେତେକ ଗ୍ରାମବାସୀ ଏ ସମ୍ପର୍କରେ ପୁଲିସ ହେଲ୍ପ ଲାଇନ ନମ୍ବର ୧୧୨କୁ ଫୋନ କରି ଜଣାଇଥିଲେ। ଘଟଣାର ପରଦିନ ପୁଲିସ ସମାନ ସ୍ଥାନରେ ଏକ ଅଜଣା ଶବ ଉଦ୍ଧାର କରିଥିଲା। ତେବେ ତଦନ୍ତରୁ ଯୁବକ ଜଣକ ପୂର୍ବରୁ ପିଲା ଚୋରି ସନ୍ଦେହରେ ମାଡ଼ ଖାଇଥିବା ଜଣା ପଡିଥିଲା। ଘଟଣାରେ କଷିଆ ଥାନା ପୁଲିସ କେସ ନଂ ୩୪/୨୬ ବଳରେ ମାମଲା ଋଜୁ କରି ଶ୍ୟାମସୁନ୍ଦରକୁ ଅଟକ ରଖି ତଦନ୍ତ ଚଳାଇଛି। ଆସନ୍ତାକାଲି ଶ୍ୟାମସୁନ୍ଦରକୁ ଅଦାଲତ ଚାଲାଣ କରାଯିବ ବୋଲି ଭାରପ୍ରାପ୍ତ ଥାନାଧିକାରିଣୀ କୁନି ବେସ୍ରା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL