ଜାତୀୟ

ଆମେରିକା F-15 ଯୁଦ୍ଧ ବିମାନକୁ ଖସାଇଲା ଇରାନ !

କୁଏତ : ଖସିଲା ଆମେରିକାର F-15 ଯୁଦ୍ଧ ବିମାନ । ଇରାନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଆମେରିକା ବାୟୁସେନାର ଏକ F-15E ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧବିମାନ କୁଏତର ପଶ୍ଚିମ ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ନିଜ ସେନାର ଭୁଲ ଆକ୍ରମଣ ଯୋଗୁଁ ବିମାନ ଖସି ଥାଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ବିମାନଟି ଖସିବା ପୂର୍ବରୁ ପାଇଲଟ୍ ଜଣକ ପାରାସୁଟ୍ ସାହାଯ୍ୟରେ ତଳକୁ ଡେଇଁ ପଡ଼ିଥିଲେ । କୁଏତ ବାସିନ୍ଦା ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି । ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣକୁ ରୋକିବା ପାଇଁ କୁଏତର ପ୍ରତିରକ୍ଷା ପ୍ରଣାଳୀ (Patriot Missiles) କାର୍ଯ୍ୟ କରୁଥିବା ବେଳେ, ଭୁଲବଶତଃ ଆମେରିକୀୟ ବିମାନକୁ ଇରାନର ଶତ୍ରୁ ବିମାନ ଭାବି ଆକ୍ରମଣ କରିଦେଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ଇରାନର ସରକାରୀ ଗଣମାଧ୍ୟମ ଦାବି କରୁଛି ଯେ, ସେମାନଙ୍କ ସେନା ଏହି ବିମାନକୁ ଖସାଇ ଦେଇଛି, କିନ୍ତୁ ଏହାର କୌଣସି ସଠିକ୍ ପ୍ରମାଣ ମିଳିନାହିଁ। ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ଇରାନ ଏବେ କୁଏତ, ବାହାରିନ ଏବଂ କତାରରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଲଗାତାର ଟାର୍ଗେଟ କରୁଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL