ଭଦ୍ରକ : ଭଦ୍ରକ ପୋଲିସ ହାତରେ ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗର ୪ ସଦସ୍ୟ । ଭଦ୍ରକ ସହର ଓ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ପଶି ଲୁଟ କରନ୍ତି । ଦୁର୍ଦ୍ଦାନ୍ତ ଡକାୟତ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଦୁଇ ଜଣ ଫେରାର ଅଛନ୍ତି । ଦୈତାରୀ ଦାସ ନାମକ ଲୁଟେରା ନାଁରେ ହତ୍ୟା ଡକାୟତି ଭଳି ମାମଲା ରହିଛି ।
ଲୁଟେରାଙ୍କ ଘର କେନ୍ଦ୍ରାପଡ଼ା ଓ ଯାଜପୁର ଅଂଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ଘରୁ ଏକ କେଜିର ସୁନା ଓ ୪ କିଲୋଗ୍ରାମ ରୁପା ଅଳଙ୍କାର ସହ ୯ଟି ମୋବାଇଲ ଫୋନ ଜବତ ହୋଇଛି । ବିଭିନ୍ନ ରାଜ୍ୟର ବ୍ୟବହୃତ ଗାଡିର ୧୫ଟି ଡୁପ୍ଲିକେଟ ନମ୍ବର ପ୍ଲେଟକୁ ଜବତ କରିଛି ଭଦ୍ରକ ପୋଲିସ । ଜବତ ହୋଇଥିବା ସୁନା ଅଳଙ୍କାରର ଆନୁମାନିକ ମୂଲ୍ୟ ଦେଢ଼ କୋଟି ହୋଇଥିବା ବେଳେ ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବା ନେଇ ଭଦ୍ରକ ଏସପି ମନୋଜ ରାଉତ କହିଛନ୍ତି ।









