ଓଡ଼ିଶା

ସରିଲା ମାଟ୍ରିକ ପରୀକ୍ଷା, ୧୯ରୁ ଖାତାଦେଖା

କଟକ : ସରିଲା ମାଟ୍ରିକ ପରୀକ୍ଷା ।  ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା ।  ଆଜି ଅନ୍ତିମ ଦିନରେ ଗଣିତ ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ବି ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି ପରିସ୍ଥିତି ଉପୁଜିନାହିଁ ।  ସାରା ରାଜ୍ୟରେ ୩୦୮୨ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

ରାଜ୍ୟର ୩୨୨ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷିତ ଭାବେ ଭାଇରାଲ ରେଜିଷ୍ଟାରରେ ରଖାଯାଇଥିଲା ।  ଭାଇରାଲକୁ ରୋକିବା ପାଇଁ ପ୍ରଶ୍ନପତ୍ରରେ କ୍ୟୁ-ଆର କୋଡ୍ ଓ ୱାଟର୍ ମାର୍କ ବ୍ୟବସ୍ଥା କରିଥିଲା ବୋର୍ଡ ।  ମାଟ୍ରିକ ପରୀକ୍ଷା ସରିଥିବା ବେଳେ ଆସନ୍ତା ୧୯ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ରାଜ୍ୟର ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ୧୫ ହଜାର ମୂଲ୍ୟାୟନକାରୀ ଦେଖିବେ ଖାତା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL