ଭଞ୍ଜନଗର : କୋର୍ଟ ସମ୍ମୁଖରେ କ୍ରାଇମ । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଘଟିଛି ଛାତିଥରା ହତ୍ୟାକାଣ୍ଡ । ମୃତ ଯୁବକ ଭଞ୍ଜନଗର ଥାନା ବୁଦୁଲି ଗାଁର ଅଶୋକ ସ୍ବାଇଁ । ସୂଚନା ଅନସାରେ, କୌଣସି ଏକ ମାମଲାର ଶୁଣାଣି ପାଇଁ ଭଞ୍ଜନଗର କୋର୍ଟକୁ ଆସିଥିଲେ ଅଶୋକ । ଏହି ସମୟରେ କୋର୍ଟ ସମ୍ମୁଖରେ ଅନ୍ୟ ଜଣେ ଯୁବକ ଏକ ଟାଙ୍ଗିଆରେ ଅଶୋକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଘଟଣା ଘଟିବା ପରେ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଜିମା ଦେଲେ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଅଶୋକଙ୍କୁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ଭଞ୍ଜନଗର ସହରରେ ଆତଙ୍କ ଖେଳି ଯାଇଛି ।
କୋର୍ଟ ଆଗରେ ଯୁବକଙ୍କୁ ହତ୍ୟା










