ଓଡ଼ିଶା

ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼: ପ୍ରତିବାଦରେ ବିଇଓଙ୍କ ଅଫିସ ଆଗରେ ଧାରଣା

ବାସୁଦେବପୁର: ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି। ଗତ ଫେବୃଆରୀ ୨୮ ତାରିଖରେ ଏହାର ପ୍ରତିବାଦରେ ଅଭିଭାବକଙ୍କ ସମେତ ପୀଡିତାଙ୍କ ପରିବାର ଓ କେତେକ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇଥିଲେ । ସେହି ସମୟରେ ପ୍ରଧାନଶିକ୍ଷକ ଅବିନାଶ ପ୍ରଧାନଙ୍କୁ ମାଡ ମାରୁଥିବା ଖବରପାଇ ନାଇକାଣିଡିହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ପ୍ରଧାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି କ୍ରମରେ ଶିକ୍ଷକ ଗୌତମ ସାହୁଙ୍କୁ ପୁଲିସ୍‌ ଗିରଫ କରିଛି । ତେବେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାଡ ପ୍ରତିବାଦରେ ଆଜି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏବେ ବନ୍ଦ କୋଠରୀରେ ଆଲୋଚନା ଜାରି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL