ବ୍ରହ୍ମପୁର : ବର୍ଷ ବର୍ଷ ଧରି ବ୍ରହ୍ମପୁର ସହରର ସୁବାଷ ବୋଷ ଛକ ଟ୍ରାଫିକ ପୋଷ୍ଟ ପାଖରେ ଭିକ୍ଷା ମାଗୁଥିଲେ କିଛି ପିଲା l ଆଉ ଦୂରରୁ ସେମାନଙ୍କ ଉପରେ ନଜର ରଖୁଥିଲେ କଛି ଲୋକ l ଏମିତି ଚାଲିଥିଲା ଭିକ୍ଷା ବୃତ୍ତି l ରାତିରେ ସମସ୍ତେ ରହୁଥିଲେ 4 ନମ୍ବର ପ୍ଲାଟଫର୍ମର ଓଭର ବ୍ରିଜ ତଳେ l ସନ୍ଦେହ କରି ପୋଲିସ ଚଢ଼ାଉ କରିଥିଲା l ଆଉ ଏହି ଗ୍ୟାଙ୍ଗ ଚଳାଉଥିବା 5 ଅଣ ଓଡ଼ିଆ ପୁରୁଷ, ମହିଳାଙ୍କୁ ଧରିଥିଲା ପୋଲିସ l ସେମାନେ ସେହି 9 ଜଣ ବାଳକ, ବାଳିକାଙ୍କ ସମ୍ପର୍କରେ ସଠିକ ସୂଚନା ଦେଇ ନ ପାରିବାରୁ ସେମାନଙ୍କୁ ଗିରଫ କରିଥିବା ବେଳେ ପିଲାମାନଙ୍କୁ ଉଦ୍ଧାର କରାଯାଇଛି l
ପିଲା ଚୋରି କରି ଚାଲିଥଲା ଭିକ୍ଷା ବୃତ୍ତି, ୫ ଗିରଫ, ୯ ବାଳକ ଉଦ୍ଧାର









