ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନଡିଏ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି । ନୀତୀଶ କୁମାର, ବିଜେପି ସଭାପତି ନୀତିନ ନବୀନଙ୍କ ସମେତ ୫ ଏନଡିଏ ପ୍ରାର୍ଥୀ ଆଜି ଶେଷ ଦିନରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
ଫେବୃଆରୀ ୨୭ରେ ୧୦ମ ଥର ପାଇଁ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ରାଜ୍ୟସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ତାଙ୍କର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ତେବେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଇଛି ।
ନୀତୀଶ କୁମାର ୨୦୦୫ରୁ ବିହାରର ମୁଖ୍ୟମନ୍ତ୍ରୀ ଅଛନ୍ତି । ରାଜ୍ୟବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ନୀତୀଶ କୁମାର କହିଛନ୍ତି ଯେ, ତାଙ୍କ ଏମପି କ୍ୟାରିଅର ଆରମ୍ଭରୁ ବିହାର ବିଧାନସଭା, ବିଧାନ ପରିଷଦ ଏବଂ ସଂସଦର ଉଭୟ ଗୃହର ସଦସ୍ୟ ହେବା ତାଙ୍କର ଇଚ୍ଛା ଥିଲା । ଆପଣଙ୍କ ସହିତ ମିଶି ବିକଶିତ ବିହାର ନିର୍ମାଣ କରିବାର ସଂକଳ୍ପ ପୂର୍ବଭଳି କାୟମ ରହିବ ବୋଲି ନୀତୀଶ କହିଛନ୍ତି ।






