କନ୍ଧମାଳ: ରଙ୍ଗ ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ । ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ । କେଉଁଠି ସଡ଼କ ଦୁର୍ଘଟଣା ତ କେଉଁଠି ଗାଧୋଇବା ବେଳେ ଅଘଟଣ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଦୁଲି ଛକ ନିକଟରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି । ସମବସ୍ତ ମୃତକ ଗୋଛାପଡ଼ା ଥାନା ପାଙ୍ଗା ଅଞ୍ଚଳର । ହୋଲି ଖେଳିବା ପାଇଁ ଗୋଟିଏ ବାଇକରେ ୪ ଜଣ ଯାଉଥିବା ବେଳେ ଆଉ ଏକ ବାଇକ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା ।
ହୋଲିରେ ବିଭିନ୍ନ ସ୍ଥାନରେ ଅଘଟଣ, ଚାଲିଗଲା ୧୦ରୁ ଅଧିକ ଜୀବନ







