ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ଟିଭି ଚ୍ୟାନେଲ୍ ର TRP ବନ୍ଦ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ । ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କିଛି ନ୍ୟୁଜ୍ ଚ୍ୟାନେଲ୍ ଅତ୍ୟଧିକ ଭୟଭୀତ କରିବା ଭଳି ଏବଂ ଅଯଥା ଗୁଜବ ଖବର ପ୍ରସାରଣ କରୁଥିବା ସରକାର ଲକ୍ଷ୍ୟ କରିଛନ୍ତି । ଏହାଦ୍ୱାରା ସାଧାରଣ ଜନତା, ବିଶେଷ କରି ଯେଉଁମାନଙ୍କର ପରିବାର ବା ସମ୍ପର୍କୀୟ ସେହି ଅଞ୍ଚଳରେ ରହୁଛନ୍ତି, ସେମାନେ ଆତଙ୍କିତ ହେବାର ସମ୍ଭାବନା ରହିଛି । ଜନହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର BARC ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର TRP (Ratings) ପ୍ରକାଶ କରାଯିବ ନାହିଁ ।
ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଟିଭି ଚ୍ୟାନେଲର TRP ରେଟିଂ ବନ୍ଦ






