ବାସୁଦେବପୁର: ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ । ଥାନାରେ ଶିକ୍ଷକ ଅଟକ । ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର । ଏପରିକି ଜୀବନରୁ ମାରିଦେବାକୁ ଧମକାଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି କଷିଆ ସାମୁଦ୍ରିକ ଥାନା ପୋଲିସ । ଏହାସହ ହିନ୍ଦୀ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
ଛାତ୍ରୀଙ୍କୁ ଅସଦାଚରଣ: ହିନ୍ଦୀ ଶିକ୍ଷକ ଅଟକ









