ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଭୟଙ୍କର ସଡକ ଦୁର୍ଘଟଣା । ପିଟିଦେଲା ହାଇୱା, ଚାଲିଗଲା ୩ ଜୀବନ। ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇୱା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ତିନି ଜଣ ଯୁବକ ବାଇକରେ ଯାଉଥିବା ବେଳେ ଏକ ହାଇୱା ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।
ପିଟିଦେଲା ହାଇୱା, ଚାଲିଗଲା ୩ ଜୀବନ









