ପିଲାମାନେ ପରୀକ୍ଷା କେନ୍ଦ୍ରକୁ ଫେରିବା ପରେ ନୀଳଗିରି ହାଉସର ୮ ଗୋଟି ପିଲା କୋଲାବ ଜଳଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ। ସେଥି ମଧ୍ୟରୁ ଏହି ୩ ଜଣ ଛାତ୍ର ପାଣିରେ ବୁଡିଯାଇଥିଲେ। ଖବର ପାଇଁ ସ୍କୁଲର କର୍ମଚାରୀମାନେ ପିଲାମାନଙ୍କୁ ପାଣିରୁ ଉଦ୍ଧାର କରି କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସମସ୍ତ ୩ ଜଣ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପିଲାଙ୍କ ପରୀକ୍ଷା ସରିବା ପରେ ପିଲାଙ୍କୁ ନେବା ପାଇଁ ଅଭିଭାବକ ମାନଙ୍କୁ କୁହାଯାଇଥିଲା ବୋଲି ଗଣମାଧ୍ୟମକୁ ଅଧ୍ୟକ୍ଷା କହିଛନ୍ତି। ତେବେ ପିଲାଙ୍କ ସୁରକ୍ଷା ନେଇ ଏଠି ପ୍ରଶ୍ନ ଉଠୁଛି। କାରଣ ଅଭିଭାବକମାନେ ସେମାନଙ୍କ ଛୁଆଙ୍କୁ ସ୍କୁଲ ଭରସାରେ ଛାଡ଼ି ନିଶ୍ଚିନ୍ତରେ ରହୁଥିବା ବେଳେ ଏଭଳି ଦୁର୍ଘଟଣାକୁ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।