ଜାତୀୟ

୧୦୦ ଡଲାର ପାର୍ କଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ବିଶ୍ୱରେ ଯୁଦ୍ଧର ନିଆଁ ।  ଆକାଶଛୁଆଁ ଅଶୋଧିତ ତୈଳ ଦର । ୧୦୦ ଡଲାର ପାର୍ କଲା ଦର । ଇରାନ ସହ ଆମେରିକା ଓ ଇସ୍ରାଏଲ୍ ର ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ Crude Oil ଦରରେ ପ୍ରବଳ ବୃଦ୍ଧି ହୋଇଛି । ୨୦୨୨ ପରେ ପ୍ରଥମ ଥର ପାଇଁ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଟପିଛି ।  ମଧ୍ୟ-ପ୍ରାଚ୍ୟରୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବାରୁ ଦାମ୍ ପ୍ରାୟ ୨୫ ପ୍ରତିଶତରୁ ଅଧିକ ବଢ଼ିଛି । ଆନ୍ତର୍ଜାତୀୟ ବଜାରରେ ‘ବ୍ରେଣ୍ଟ କ୍ରୁଡ୍’ ଦର ବୃଦ୍ଧି ପାଇ ବ୍ୟାରେଲ ପିଛା ପ୍ରାୟ ୧୧୬ ଡଲାରରେ ପହଞ୍ଚିଛି । ଯୁଦ୍ଧ ଜାରି ରହିଲେ ଏହା ୧୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।  ଇରାନ ଓ ଆଖପାଖ ଦେଶଗୁଡ଼ିକରୁ ତେଲ ଆସୁଥିବା ମୁଖ୍ୟ ସାମୁଦ୍ରିକ ପଥ- Strait of Hormuz ବନ୍ଦ ଫଳରେ ସଙ୍କଟ ଦେଖାଦେଇଛି । କୁଏତ, ୟୁଏଇ ଓ ଇରାକ ଭଳି ଦେଶ ମଧ୍ୟ ତେଲ ଉତ୍ପାଦନ କମାଇବାକୁ ବାଧ୍ୟ ହୋଇଛନ୍ତି ।

ଏପଟେ ବିଶ୍ୱ ବଜାରରେ ଦାମ୍ ବଢ଼ୁଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିନାହିଁ ।  ଦିଲ୍ଲୀରେ ପେଟ୍ରୋଲ ଏବେ ମଧ୍ୟ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ୮୭ ଟଙ୍କା ୬୭ ପଇସା ରହିଛି । ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଦାମ୍ ସ୍ଥିର ରହିଛି । ଭାରତ ପାଖରେ ପ୍ରାୟ ୨୫ରୁ୩୦ ଦିନ ପାଇଁ ପର୍ଯ୍ୟାପ୍ତ ତେଲ ଗଚ୍ଛିତ ଅଛି । ଭାରତ ଏବେ କେବଳ ମଧ୍ୟ-ପ୍ରାଚ୍ୟ ଉପରେ ନିର୍ଭର ନକରି ରୁଷିଆ ଭଳି ଅନ୍ୟ ଦେଶରୁ ଅଧିକ ତେଲ କିଣୁଛି । ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ନହେବା ପାଇଁ ସରକାର ଏବେ ଦର ବଢ଼ାଇବାକୁ ମନା କରିଦେଇଛନ୍ତି । ଯଦି ଯୁଦ୍ଧ ଅଧିକ ଦିନ ଧରି ଚାଲେ, ତେବେ ଆଗକୁ ଭାରତରେ ମଧ୍ୟ ତେଲ ଦର ବଢ଼ିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL