ଓଡ଼ିଶା

ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ସହରର ସ୍ବପ୍ନେଶ୍ବର ମନ୍ଦିର ନିକଟ ପାର୍କିଂରେ ଥିବା ଏକ ଘରୋଇ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।  ଏନେଇ ବସ୍ ମାଲିକ ଅନୟ ମଲ୍ଲିକ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଏହି ଘରୋଇ ବସ୍ କୌଣସି ବୈଷୟିକ ତ୍ରୁଟି କାରଣରୁ ନିଜ ଘର ନିକଟରେ ଥିବା ରାସ୍ତା ଉପରେ ପାର୍କିଂ କରିଥିଲା ।  ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ବସ୍ ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।  ଅଭିଯୋଗକୁ ଭିତ୍ତି କରି ଟାଙ୍ଗରପାଲି ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL