ଓଡ଼ିଶା

ମିଠେଇ ଖାଇବାକୁ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଶିକ୍ଷକ ଗିରଫ

ବାଙ୍ଗିରିପୋଷି: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ ।  ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ।  ଘର ପାଖ ଦୋକାନକୁ ଯାଇଥିବା ବେଳେ ଜଣେ ଶିକ୍ଷକ ମିଠେଇ ଖାଇବାକୁ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଶିକ୍ଷକ ମନୋରଞ୍ଜନ ମାଝୀଙ୍କୁ ଗିରଫ କରିଛି ।  ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL