ପୁରୀ:ଆସୁଛି ନୂଆବର୍ଷ ଏଥିପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ଜମୁଛି ଭିଡ଼ । ଜମୁଛି ଭୋଜି ଭାତର ଆସର । ସେଥିମଧ୍ୟରୁ ଜଗନ୍ନାଥ ଧାମ ପୁରୀରେ ମଧ୍ୟ ବଢିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ଭିଡ଼ ସେଠି ଜମୁଛି । ଯାହାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ତରଫରୁ ବଡ଼ ଘୋଷଣା କରଯାଇଛି । ଇଂରାଜୀ ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ତଥା ଭକ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ତଥା ଆତିଥେୟତା କୁ ନଜରରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ଆଜି ଠାରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ପୁରୀର ସମସ୍ତ ଅଫିସରଙ୍କ ଛୁଟିକୁ ବାତିଲ କରାଯାଇଛି ।
ଆଜି ଠାରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ









