ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (ଜେଏନଭି)ରେ ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି।
ସୂଚନା ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେଇଛନ୍ତି। ସେହିପରି ଜ୍ୱରରେ ପୀଡିତ ଅନ୍ୟ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରିପୋର୍ଟ ଏଯାବତ୍ ଆସିନାହିଁ। ଯଦିଓ ସେମାନଙ୍କୁ ମଧ୍ୟ କର୍ତ୍ତୃପକ୍ଷ ଘରକୁ ପଠାଇ ଦେଇଛନ୍ତି।









