ଭୁବନେଶ୍ୱର: ଶିମିଳିପାଳ ପରେ ଏବେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଥିବା ଦେବ୍ରିଗଡ ଅଭୟାରଣ୍ୟରେ ବୃଦ୍ଧି ହେବ ବାଘ ସଂଖ୍ୟା । ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ।
ସେ କହିଛନ୍ତି ଯେ, ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି । ଦେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର ରହିଛି । ଆମେ ସେମାନଙ୍କ ସହ ଆଲୋଚନା ଜାରି ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି । ।








