ଓଡ଼ିଶା

ବାଲେଶ୍ବରରେ ବାୟୁ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ନିର୍ମାଣ କାର୍ଯ୍ୟ

ବାଲେଶ୍ବର : ବାଲେଶ୍ବରରେ ଲାଗିଲା ବାୟୁ ପ୍ରଦୂଷଣ କଟକଣା ।  ବାଲେଶ୍ବର ପୌରପାଳିକା ଓ ଅନ୍ୟ ଏନଏନସି ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ବାୟୂପ୍ରଦୂଷଣ ମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା ପରେ କଟକଣା ଜାରି କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ ।  ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସହରର ମୁଖ୍ୟ ରାସ୍ତା, ଜାତୀୟ ରାଜପଥ ଆଦି ସ୍ଥାନରେ ୩ ଥର ପାଣି ସିଞ୍ଚନ କରିବାକୁ NHAIକୁ ନିର୍ଦ୍ଦେଶ ଦିଆଯାଇଛି । ସହର ମଧ୍ୟକୁ ଭାରି ଯାନ ପ୍ରବେଶ ସଂପୂର୍ଣ୍ଣ ନିଷେଧ କରାଯାଇଛି ।  ଖୋଲାରେ ବର୍ଜ୍ୟବସ୍ତୁ ଜଳାଇବା ବା ଢ଼ାବାରେ କୋଇଲା ରୋଷେଇ ଉପରେ କଟକଣା ଲାଗୁ ହୋଇଛି ।  ଟ୍ରକଗୁଡିକ ଖଣିଜ ବା ଲଘୁ ଖଣିଜ ପଦାର୍ଥ ନେବାବେଳେ ଘୋଡ଼ାଇବା ବାଧ୍ୟତାମୂଳକ ।

ଏନେଇ ଆଜି ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ଏସପି, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏହି କଟକଣା ଆଦେଶ ଆଗାମୀ ୭ ଦିନ ଯାଏଁ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନଏ ସି ଓ ମ୍ୟୁନିସିପାଲଟି ଅଞ୍ଚଳରେ ବଳବତ୍ତର ରହିବ ।  ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକ, ବ୍ୟବସାୟୀ ଓ ସଂପୃକ୍ତ ସଂସ୍ଥାଙ୍କୁ ସାଧାରଣ ହିତ ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସହଯୋଗ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL