ଓଡ଼ିଶା

ବାୟୁ ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ କଟକଣା, ସନ୍ଧ୍ୟା ୬ରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ

ଭୁବନେଶ୍ୱର: ବିଏମସିକୁ ଘାରିଲା ବାୟୁ ପ୍ରଦୂଷଣ ଚିନ୍ତା। ପ୍ରଦୂଷଣ ପାଇଁ ଟ୍ୱିନ୍‌ ସିଟିରେ ଲାଗିଲା କଟକଣା। ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ। ବାହାରେ ଆଵର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ମନା। ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ। ହୋଟେଲ୍ ଢାବାରେ କାଠ ଓ କୋଇଲା ଜାଳିବା ସମ୍ପୂର୍ଣ୍ଣ ବାରଣ। ଡିପୋ ଓ ଷ୍ଟାଣ୍ଡ୍‌ରେ ନିୟମିତ ବସ୍ ଧୋଇବାକୁ CRUTକୁ ଦିଆଯାଇଛି ନିର୍ଦ୍ଦେଶ । ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ହଜାର ଫାଇନ୍‌ ପଡିବ। ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ବଚ୍ଛ ଜାଳେଣି ବ୍ୟବହାର ପାଇଁ ଦିଆଯାଇଛି ପରାମର୍ଶ। ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମ୍‌ସି ଦେଇଛି ନିର୍ଦ୍ଦେଶ।

ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି ଏୟାର ପ୍ୟୁରିଫାୟର୍ ଲଗାଇବ ବିଏମ୍ସି । ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି । ମେୟର କହିଛନ୍ତି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହିତ ଆଲୋଚନା କରାଯାଇଛି । ଏହା ପରେ ମେସିନ କିଣାଯାଇ ଲଗାଯିବ । ଫଳରେ ଭୁବନେଶ୍ୱରବାସୀ ବିଷାକ୍ତ ବାୟୁ କବଳରୁ ରକ୍ଷା ପାଇବେ। ଏହା ସହରର ପ୍ରମୁଖ ସ୍ଥାନରେ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱରରେ ଯେଉଁଠି ସଫେଇ କରାଯାଉଛି ସେଠାରେ ପାଣି ସିଞ୍ଚନ କରାଯାଉଛି । ସହର ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ହୋଇ ଆଗକୁ ମୁଣ୍ଡ ଟେକିବ।

ତେଣୁ ଲୋକମାନେ ପ୍ରଥମେ ସଚେତନ ହେବାର ଆବଶ୍ୟକତା ରହିଛି । ଘର ପିଛା ୪ରୁ୫ ଗାଡି କିଣୁଛନ୍ତି। ଏହା ପ୍ରଦୂଷଣର ମାତ୍ରା ବଢ଼ାଉଛି। ଭୁବନେଶ୍ୱରେ ବାୟୁ ପ୍ରଦୂଷଣ ବଢିଚାଲିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୩୦୦ ପାର କଲାଣି । ଗତକାଲି ପଟିଆ ଏକ୍ୟୁଆଇ ୨୨୨ ରହିଥିବା ବେଳେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ୨୪୨ ରହିଛି। ଅନ୍ୟପଟେ ବାଲେଶ୍ବର ଜିଲ୍ଲାର ପ୍ରଦୂଷଣ ମାତ୍ରା ବୃଦ୍ଧି ପରେ ପ୍ରଶାସନ କଟକଣା ଜାରି କରିଛନ୍ତି। ସନ୍ଧ୍ୟା ୬ରୁ ସକାଳ ୧୦ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ଜିଲ୍ଲାପାଳ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL