ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବେଆଇନ ବନ୍ଧୁକ କାରବାର ନେଟୱାର୍କର ଖୁଲାସା କରିଛି କମିଶନରେଟ ପୁଲିସ । ବନ୍ଧୁକ ଡେଲିଭରି ପାଇଁ ଆସିଥିବା ବେଳେ ଜଣଙ୍କୁ ଗିରଫ କରିବା ସହ ୬ଟି ବନ୍ଧୁକ ଜବତ କରିଛି ପୁଲିସ । ଏହି ଘଟଣାରେ ଚନ୍ଦକାରୁ ମନୋଜ କୁମାର ମଲ୍ଲିକ ଗିରଫ କରିଛି ପୁଲିସ । ମନୋଜର ଘର ଯାଜପୁରରେ ହୋଇଥିବା ସୂଚନା । ସେ ଭୁବନେଶ୍ୱରକୁ ବନ୍ଧୁକ ଡେଲିଭରି କରିବାକୁ ଆସିଥିଲା । ବାଇକ ସହ ୬ଟି ବନ୍ଧୁକ ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ କମିଶନର ଦେବଦତ୍ତ ସିଂହ ।
ବେଆଇନ ବନ୍ଧୁକ କାରବାର: ୬ଟି ବନ୍ଧୁକ ସହ ଜଣେ ଗିରଫ







