ଓଡ଼ିଶା

ପୋଲିସ ଘରୁ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

ଯାଜପୁର: ପୋଲିସ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଝାଲସୁଖା ସ୍ଥିତ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି ।  ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏକ ଲକ୍ଷ ନଗଦ ଟଙ୍କା ସହିତ ୨୦ ଭରି ସୁନା ଓ ୨ଶହ ଗ୍ରାମ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।  ଯାଜପୁର ରୋଡ ଥାନାରେ ଚାକିରି କରିଥିବା ହାବିଲଦାର ବିଦ୍ୟାଧର ସେଠୀ ଜାରକା ସ୍ଥିତ ଝାଲସୁଖା ମୌଜାରେ ଘର ନିର୍ମାଣ କରି ରହି ଆସୁଛନ୍ତି ।

ତାଙ୍କ ପତ୍ନୀ କନକ ସେଠୀ ହରିପୁର ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।  ଉଭୟ ଘରେ ତାଲା ପକାଇ ନିଜ ନିଜ କର୍ମକ୍ଷେତ୍ରକୁ ବାହାରି ଯାଇଥିଲେ ।  ଏହାର ସୁଯୋଗ ନେଇ ଦୃର୍ବୁତ୍ତମାନେ ପାଚେରୀ ଡେଇଁ ଗେଟ ତାଲା କାଟି ଘରେ ପ୍ରବେଶ କରି ଦୁଇଟି ଆଲମିରାରୁ ଏକ ଲକ୍ଷ ନଗଦ ଟଙ୍କା ସହିତ ୨୦ ଭରି ସୁନା ଓ ୨ଶହ ଗ୍ରାମ ରୁପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ ।  ଏନେଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL