ଭୁବନେଶ୍ବର ୧୮।୨: ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତି ନେବ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ ରାଜ୍ୟ ବିଜେପିରେ ଚର୍ଚ୍ଚା ଆଲୋଚନା କରାଯିବ । କେନ୍ଦ୍ରର ନିଷ୍ପତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ । ସାରା ଦେଶରେ ୩୭ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ପ୍ରେସନୋଟ୍ ପ୍ରକାଶ ପାଇଛି । ଓଡ଼ିଶାରୁ ୪ ଆସନ ଖାଲି ହେଉଛି । କେନ୍ଦ୍ରର ନିଷ୍ପତି ଅନୁସାରେ ପ୍ରାର୍ଥୀ ଘୋଷଣା ହେବ ବୋଲି ମନମୋହନ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ । ୬ତାରିଖରେ ନାମାଙ୍କନ ଯାଞ୍ଚ । ମାର୍ଚ୍ଚ ୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ନ ୪ ଯାଏଁ ଭୋଟ୍ ଗ୍ରହଣ । ଅପରାହ୍ନ ୫ଟାରେ ହେବ ଭୋଟ୍ ଗଣତି । ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି । ମମତା ମହାନ୍ତ, ମୁନା ଖାଁ, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି ।
ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି





