ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ପୁଲିସ୍ ଥାନା ପକ୍ଷରୁ ଏକ ବ୍ୟାପକ ପରିମାଣରେ ନର୍କୋଟିକ୍ସ ବିରୋଧୀ ଅଭିଯାନ ଚାଲିଥିଲା। ଏହି ଚଢ଼ାଉରେ ପଙ୍କଡିହି ପଞ୍ଚାୟତ ଅଧୀନ ଜଡା ଗାଁର ପ୍ରାୟ ୩ ଏକର ଜମିରେ ହୋଇଥିବା ଅବୈଧ ଅଫିମ ଚାଷକୁ ନଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଏହି ଅବୈଧ ଫସଲର ଅନୁମାନିକ ମୂଲ୍ୟ ପ୍ରାୟ ୪୨ ଲକ୍ଷ ଟଙ୍କା ହେବ। ଚଢାଉ ସମୟରେ ଚାଷ ଚିହ୍ନଟ ହେବା ପରେ, ଅଧିକାରୀମାନେ ତତକ୍ଷଣାତ୍ ଅଫିମ ଗଛଗୁଡ଼ିକୁ ଉପାଡି ଧ୍ୱଂସ କରିଦେଇଥିଲେ।
ଏହି ମିଳିତ ଚଢ଼ାଉରେ ରାଉରକେଲା ପୁଲିସ ସହ ଅବକାରୀ ବିଭାଗ ଏବଂ ବନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଚାଷ ପଛରେ ସଂଗଠିତ ଚକ୍ରର ସଂପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ ହେଉଛି।
୩ ଏକର ବେଆଇନ୍ ଅଫିମ ଚାଷ ଧ୍ୱଂସ





