ଓଡ଼ିଶା

ଚାଷୀ ମାରଣା ନୀତିକୁ ବିରୋଧ: ନିମାପଡ଼ାରେ ବିଜେଡିର ବିକ୍ଷୋଭ

ନିମାପଡା: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସରକାରଙ୍କ ଚାଷୀ ମାରଣା ନୀତି ପ୍ରତିବାଦରେ ନିମାପଡାରେ ବିଜେଡ଼ିର ପୁରୀ ଜିଲ୍ଲା ସ୍ତରୀୟ ବିକ୍ଷୋଭ ସମାବେଶ ସ୍ଥାନୀୟ ଟାଉନ ହଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମା ସାମନ୍ତରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲାର ବହୁ ଆଗଧାଡିର ବିଜେଡ଼ି ନେତା ,ସାଂସଦ ଏବଂ ବିଧାୟକ ଯୋଗଦେଇଥିଲେ। ବିଜେପି ର ଡବଲ ଇଞ୍ଜିନ ସରକାର ଚାଷୀ ମାରଣା ନୀତି ଆପଣାଇଛି। ଧାନ ମଣ୍ଡିରେ ଅବ୍ୟବସ୍ଥା ଲାଗିରହିଛି। ନିର୍ବାଚନ ସମୟରେ ବିଜେପି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ।

ମଣ୍ତିରେ କଟନ ଛଟନୀ ଚାଲିଥିବା ବେଳେ ଧାନ କ୍ଵିଣ୍ଟାଲର ସହାୟକ ମୂଲ୍ୟ ୩୧୦୦ ଟଙ୍କା ଦେବା ପାଇଁ ସରକାର ଧାର୍ଯ୍ୟ କରିଥିଲେ । ତେବେ ୮୦୦ ଟଙ୍କା ଇନପୁଟ ସହାୟତା ରାଶି କାହିଁ ବୋଲି ବିଜେଡ଼ି ନେତା ପ୍ରଶ୍ନ କରି ବିଜେପି ସରକାର କୁ ସମାଲୋଚନା କରିଛନ୍ତି। ଏହି ଅବସରରେ ନୂଆ ବସଷ୍ଟାଣ୍ଡ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଟାଉନ ହଲ ପଡ଼ିଆରେ ପହଞ୍ଚିଥିଲା। ସମାବେଶରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବିଜେଡ଼ି କର୍ମୀ ଓ ଚାଷୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL