ଭୁବନ: ଅଧାରୁ ପାଠ ଛାଡ଼ିଥିବା ବିଦ୍ୟାର୍ଥୀଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଜରିଆରେ ସିଧାସଳଖ ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଛି। ଭୁବନ ପରୀକ୍ଷା କେନ୍ଦ୍ରର ୨ ବିଦ୍ୟାର୍ଥୀ ନିଜ ଆଡମିଟ କାର୍ଡ ଧରି ବସ୍ରେ ବସି କାମାକ୍ଷାନଗର ବସ ଷ୍ଟାଣ୍ଡରେ ଏଣେ ତେଣେ ବୁଲୁଥିବା ସମୟରେ ଉଭୟଙ୍କୁ କଙ୍କଡ଼ାହାଡ଼ର ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସାହୁ ଦେଖିବାକୁ ପାଆନ୍ତି।
ସମୟ ପ୍ରାୟ ସକାଳ ୮ଟା ୨୦ ମିନିଟ୍।। ପରୀକ୍ଷା ସକାଳ ୯ଟାରେ। ତାହା ପୁଣି ୩୫କିମି ଦୂର ଢେଙ୍କାନାଳ ଟାଉନର କୋରିଆଁ ସ୍ଥିତ ଭାନିରାମ ଉଚ୍ଚ ବିଦ୍ୟାଳୟରେ। ତତକ୍ଷଣାତ କୃଷ୍ଣଚନ୍ଦ୍ର ଦୁଇ ଛାତ୍ରୀଙ୍କୁ ଧରି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଗଲେ ଓ ସମସ୍ତ ବିଷୟ ଜଣାଇଲେ।
ଉପଜିଲ୍ଲାପାଳ ଦିନମଣି ନାୟକ ନିଜ ସରକାରୀ ଗାଡ଼ିରେ ଦୁଇ ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଇଲେ। ସମୟ ପ୍ରାୟ ୯ଟା। ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଫୋନ ଯୋଗେ ସମସ୍ତ ଘଟଣା ଜଣାଇଥିଲେ ଉପଜିଲ୍ଲାପାଳ। ପ୍ରାୟ ୯ଟା ୩୫ରେ ଦୁଇ ପରୀକ୍ଷାର୍ଥୀ ପହଞ୍ଚି ପରୀକ୍ଷା ଦେବାର ସୁଯୋଗ ପାଇଲେ। ଏଥିଲାଗି ଦୁଇ ପରୀକ୍ଷାର୍ଥୀ ଉପ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଲେ।
ଉପଜିଲ୍ଲାପାଳଙ୍କ ମହାନତା, ନିଜ ଗାଡ଼ିରେ ପରୀକ୍ଷା କେନ୍ଦ୍ରକୁ ଦୁଇ ପରୀକ୍ଷାର୍ଥୀଙ୍କୁ ପଠାଇଲେ




