ନୂଆଦିଲ୍ଲୀ : ଆମେରିକା ସହ ଯୁଦ୍ଧ ପ୍ରସ୍ତୁତି ମଧ୍ୟରେ ଇରାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି। ଜର୍ମାନୀ ଭୂତତ୍ତ୍ୱ ଗବେଷଣା କେନ୍ଦ୍ର ଅନୁଯାୟୀ, ଇରାନରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି।
ଭୂମିକମ୍ପଟି ବହୁତ ଗଭୀରତାରେ ହୋଇଥିଲା। କିନ୍ତୁ ଏହାର ପ୍ରଭାବ ବିଶାଳ ଅଞ୍ଚଳକୁ ବ୍ୟାପିଯାଇଥିଲା। ଭୂମିକମ୍ପ ପ୍ରଭାବିତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି।








