ଓଡ଼ିଶା

ଜଗତପୁର ପାଗାରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ

କଟକ: କଟକ ଜଗତପୁର ପାଗାରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି । SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିସ୍ଫୋରଣରେ ମାଆ ଓ କୁନି ଝିଅର ମୃତ୍ୟୁ ହୋଇଥିଲା । ଜଗତପୁର ପାଗା ମହାଜନପୁରରେ ଘଟିଥିଲା ବିସ୍ଫୋରଣ । ଘରେ ବାଣ ଭିଡ଼ିବା ବେଳେ ଘଟିଥିଲା ବିସ୍ଫୋରଣ । ବିସ୍ପୋରଣ ସମୟରେ ଘରେ କେହି ପୁରୁଷ ସଦସ୍ୟ ନଥିଲେ ।

ଜାନୁୟାରୀ ୨୬ରେ ଭୁବନେଶ୍ବର ସୁନ୍ଦରପଦାରେ ବୋମା ଫୁଟିବା ଘଟଣାକୁ ପ୍ରଥମ ବାଣ ବିସ୍ଫୋରଣ କୁହାଯାଉଥିଲା । ପରେ NIA ଏହି ଘଟଣାର ତଦନ୍ତ ଭାର ହାତକୁ ନେଇଥିଲା ।  ଏବେ NIA ନଜରରେ ରହିଛି ପାଗା ବିସ୍ଫୋରଣ । ଭୁବନେଶ୍ଵର ସୁନ୍ଦରପଦା ବ୍ଲାଷ୍ଟ ଘଟଣାରେ ଟ୍ରାଇନାଇଟ୍ରୋ ଟ୍ରିଆଜିନ ନାମକ ରସାୟନ ଘଟଣାସ୍ଥଳରୁ ପାଇଥିଲା ତଦନ୍ତକାରୀ ଟିମ୍ ।  ଯାହା ବଡ ଧରଣର ବିସ୍ଫୋରଣ ଘଟାଇବା ପାଇଁ ବ୍ୟବହାର କରାଯାଏ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL